ଦେଶବଲିଉଡସ୍ୱତନ୍ତ୍ର

ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ‘ଲାଲ ସିଂ ଚଡ୍ଡା’

ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତଲାଭ କରିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ । ଫିଲ୍ମକୁ ଆଡଭାଇଟ ଚନ୍ଦନ ନିର୍ଦ୍ଦେଶନା ଦେଇଥିବାବେଳେ ଏଥିରେ ଅଭିନେତା ଆମିର ଖାନ୍‌ ଏବଂ କରୀନା କପୁରଙ୍କୁ ଏକସଙ୍ଗେ ପରଦାରେ ଦେଖିବାକୁ ମିଳିବ ।

ଅନେକ ବଲିଉଡ୍‌ ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍‌ ହେବାର କିଛି ସପ୍ତାହ ମଧ୍ୟରେ ଓଟିଟିରେ ଷ୍ଟ୍ରିମିଂ ଆରମ୍ଭ କରିଦିଅନ୍ତି। ହେଲେ ଦର୍ଶକଙ୍କୁ ‘ଲାଲ ସିଂ ଚଡ୍ଡା’ ପାଇଁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ। କାରଣ ଏହି ଫିଲ୍ମଟି ରିଲିଜ୍‌ ହେବାର ୬ ମାସ ପରେ ଅର୍ଥାତ୍‌ ୨୦୨୩ରେ ଷ୍ଟ୍ରିମିଂ ଆରମ୍ଭ କରିବ। ରିର୍ପୋଟ ଅନୁଯାୟୀ, ଫିଲ୍ମ ନିର୍ମାତା ନେଟଫ୍ଲିକ୍ସକୁ ୧୬୦ କୋଟିରେ ବିକ୍ରି କରିଥିବା ଜଣାପଡ଼ିଛି।

ତେବେ ଫିଲ୍ମଟି ୨୦୨୦ରେ ରିଲିଜ୍‌ ହେବାକୁ ଥିବା ବେଳେ କୋଭିଡ୍ ମହାମାରୀ ଯୋଗୁ ଏହାର ରିଲିଜ୍‌ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।

 

Show More

Related Articles

Back to top button