Breaking PLUSଦୁର୍ଘଟଣାମୁଖ୍ୟ ଖବର

ହେଲିକପ୍ଟରରେ ସେଲ୍‌ଫି ନେବାବେଳେ କଟିଗଲା ବେକ

ଲଣ୍ଡନ : ସୋସିଆଲ ମିଡିଆ ଏବଂ ସେଲ୍‌ଫିର ନିଶା ଏତେ ବଢ଼ିଗଲାଣି ଯେ, କେତେବେଳେ କାହା ସହିତ କ’ଣ ଘଟୁଛି ତାହା କିଛି କହିହେବ ନାହିଁ। ବ୍ରିଟେନର ଜଣେ ଧନୀ ପରିବାରର ୨୨ ବର୍ଷର ପୁଅ ଜ୍ୟାକ୍‌ ଫେଣ୍ଟନଙ୍କ ମୁଣ୍ଡ ହେଲିକପ୍ଟର ପଙ୍ଖାରେ କଟିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସେଲ୍‌ଫି ନେବା ସମୟରେ ତାଙ୍କର ବେକ କଟି ଯାଇଥିବା ଜଣାପଡିଛି। ଜ୍ୟାକ୍‌ ଉକ୍ତ ହେଲିକପ୍ଟରରେ ଛୁଟିରେ ନିଜ ଘରକୁ ଫେରୁଥିଲେ। ଏହାର ଫ୍ୟାନ୍‌ ବନ୍ଦ ହେବାରୁ ପୂର୍ବରୁ ସେ ଓହ୍ଲାଇ ସେଲ୍‌ଫି ନେଉଥିଲେ। ଫଳରେ ଏପରି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା। ଜ୍ୟାକ୍‌ ୩ ସାଙ୍ଗଙ୍କ ସହ ହେଲିକପ୍ଟରରେ ମାଇକୋନୋସରୁ ଗ୍ରୀସ୍‌ର ରାଜଧାନୀ ଏଥେନ୍ସ ନିକଟରେ ଏକ ଘରୋଇ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। କିନ୍ତୁ ହେଲିକପ୍ଟର ସମ୍ପୂର୍ଣ୍ଣ ବନ୍ଦ ହେବା ପୂର୍ବରୁ ସେ ତଳକୁ ଓହ୍ଲାଇ ଯାଇ ଫଟୋ କ୍ଲିକ୍‌ କରିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ବେକ କଟି ଯାଇଥିଲା। ଘଟଣା ପରେ ପାଇଲଟଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବାର ସମ୍ଭାବନା ରହିଛି ବୋଲି ସୂଚନା ରହିଛି ।

Show More

Related Articles

Back to top button