ଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଖୁବ୍ ଶୀଘ୍ର ରାଜଧାନୀରେ ମିଳିବ ସ୍କାଇ ବସ୍ ସେବା

ଖୁବ୍ ଶୀଘ୍ର ରାଜଧାନୀ ଦିଲ୍ଲୀରେ ମିଳିବ ସ୍କାଇ ବସ୍ ସେବା । କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ଏନେଇ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ , ଯାତାୟାତ ଓ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର ଦିଲ୍ଲୀ ଓ ହରିୟାଣାର କିଛି ଚୟନ ହୋଇଥିବା ସ୍ଥାନରେ ଏହି ସର୍ଭିସ ଆରମ୍ଭ କରି ପାରନ୍ତି ।

ପ୍ରଦୂଷଣ ସହ ଆର୍ଥିକ ବିକାଶ ଉପଯୁକ୍ତ ରଣନୀତି ନୁହେଁ ଏଣୁ ସରକାର ସ୍କାଇବସ୍ ଆଣିବାର ଯୋଜନା କରୁଛନ୍ତି । ତେବେ ପ୍ରକଳ୍ପ ସମ୍ପର୍କରେ ଗଡକରୀ ଧୌଲାକୂଆଁରୁ ମାନସେର ସ୍କାଇବସ୍ ଆରମ୍ଭ କରିବାକୁ ଚାହୁଁଥିବା ଓ ଏହାକୁ ସୋହନା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସମ୍ପର୍କରେ କହିଛନ୍ତି । ବୋଷ୍ଟନ କନସଲଟିଂ ଗ୍ରୁପର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି ।

Show More

Related Articles

Back to top button