
ଭୁବନେଶ୍ଵର: ରିଲିଜ୍ ହେଲା ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ । ଏଥର ବାହୁଡାରେ ରିଲିଜ ହୋଇଯାଇଛି ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ । ଏହା ପଚିଶ ଟି ସନେମା ହଲରେ ରିଲିଜ ହୋଇଯାଇଛି ।
ଏହି ସିନେମାରେ ଅମ୍ଳାନ ଓ ରାକେଶ ନାୟକ ରହିଥିବାବେଳେ ତାଙ୍କ ସହ ତିନି ନାୟିକା ରହିଛନ୍ତି ରିୟା, ପ୍ରିୟା , ରାଗିଣୀ । ସିନେମାଟି ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଛି ।ଅନ୍ୟମାନଙ୍କ ମଧ୍ୟରେ ବବି ମିଶ୍ର, ପପି ସନ୍ତୁକା, ଅମର, ବାପି,ରିପନ, ବିନୋଦ,ଅଜୟ ପ୍ରଧାନ,ଧାରାଶ୍ରୀ ପ୍ରମୁଖ ନଜର ଆସିଛନ୍ତି ।
ଖଗେଶ୍ଵର ଶେଜପଡାଙ୍କ କାହାଣୀକୁ ଆଧାର କରି ସଂଳାପ ଲେଖିଛନ୍ତି ଚିନ୍ମୟ ଦାସପଟ୍ଟନାୟକ । ପ୍ରଯୋଜନା ଭାର ବ୍ୟୋମକେଶ ତୁଲାଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଏସ ଦିଲିପ୍ ପଣ୍ଡା । କ୍ରିଏଟିଭ ହେଡ ଅଛନ୍ତି ପ୍ରଣୟ ଜେଠୀ। ।
ସେହିପରି ବୈଦ୍ୟନାଥ ଦାସଙ୍କ ସିନେମାର ସଂଗୀତ ସଜାଇଥିବା ବେଳେ ହ୍ୟୁମାନ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଦିପ୍ତୀରେଖା ପାଢ଼ୀ ଓ ଅନନ୍ୟା ଶ୍ରୀତମ ନନ୍ଦ ପ୍ରମୁଖ କଣ୍ଠଦାନ କରିଛନ୍ତି ।