ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତିସ୍ୱତନ୍ତ୍ର
ଆଜି ପବିତ୍ର ହେରା ପଞ୍ଚମୀ

ପୁରୀ: ଆଜି ପବିତ୍ର ହେରା ପଞ୍ଚମୀ । ଘୋଷଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣିନଥିବାରୁ ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନୀନି ମା ମହାଲକ୍ଷ୍ମୀ । ଏନେଇ ଆଜି ଗୁଣ୍ଡିଚା ମନ୍ଦିରରେ ହେଵ ସ୍ଵତନ୍ତ୍ର ନୀତିକାନ୍ତି । ମହାଲକ୍ଷ୍ମୀଙ୍କୁ ଲାଗିହେବ ମହାପ୍ରସାଦ ।
ଆଜି ସନ୍ଧ୍ୟାରେ ମହାଲକ୍ଷ୍ମୀ ଏକ ସ୍ବତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବେ। ଠାକୁର ଜନ୍ମବେଦୀକୁ ଆସିବା ବେଳେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନ ଥିବାରୁ ମା’ ଅଭିମାନ କରିଛନ୍ତି। ତେବେ ପରମ୍ପରା ମା’ଲକ୍ଷ୍ମୀ ନନ୍ଦିଘୋଷ ରଥ ଚକ ଭାଙ୍ଗି ପୁଣି ଶ୍ରୀମନ୍ଦିର ଚାଲିଯିବେ। ହେରାପଞ୍ଚମୀ ନୀତିପରେ ବୁଧବାର ଠାରୁ ବାହୁଡାଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ। ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ହୋଇଥାଏ।