Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଦକ୍ଷିଣ କୋରିଆରେ ଏକ ବିଲ୍ଡିଂରେ ନିଆଁ ଲାଗି ୭ ଜଣଙ୍କ ମୃତ୍ୟୁ

ଦକ୍ଷିଣ କୋରିଆ : ଦକ୍ଷିଣ କୋରିଆର ଦେଗୁ ସହରରେ ଥିବା ଏକ ବିଲ୍ଡିଂରେ ନିଆଁ ଲାଗି ୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ସ୍ଥାନୀୟ ଅଗ୍ନିଶମ ବିଭାଗ ଏବଂ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡ ବିଷୟରେ ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ନିଆଁକୁ ତୁରନ୍ତ ନିୟନ୍ତ୍ରଣ କରିଥିଲା । ସହରର ଜିଲ୍ଲା କୋର୍ଟ ନିକଟସ୍ଥ ଏକ ୭ ମହଲା ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, କେହି ଜଣେ ଅଜଣା ବ୍ୟକ୍ତି ବିଲ୍ଡିଂରେ ଥିବା ଜଣେ ଓକିଲଙ୍କ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ । ତେବେ ଏହି ଘଟଣାରେ ଅତି କମ୍‌ରେ ୪୧ ଜଣ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨୬ ଜଣ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ କ୍ୟାମେରା ଫୁଟେଜରେ ଜଣେ ଅଜଣା ବ୍ୟକ୍ତି ନିଜ ଘରୁ ବାହାରୁଥିବାର ଦେଖାଯାଉଛନ୍ତି ଏବଂ ତାଙ୍କ ପାଖରେ ଏକ କଣ୍ଟେନର ରହିଛି, ଯାହାକି ନିଆଁ ଲଗାଇବା ପାଇଁ ବ୍ୟବହାର କରାଯାଇଥାଏ । ଘଟଣାରେ ମୃତ୍ୟୁ ଘଟିଥିବା ସମସ୍ତ ଲୋକ ଗୋଟିଏ କୋଠରୀ ଭିତରୁ ହିଁ ମିଳିଛନ୍ତି । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Show More

Related Articles

Back to top button