Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ଜୁନ୍ ମାସ ଶେଷ ସୁଦ୍ଧା ନବ ନିଯୁକ୍ତ ହେବେ ୧୧ ହଜାର ହାଇସ୍କୁଲ ଶିକ୍ଷକ

ଭୁବନେଶ୍ୱର : ଜୁନ୍‌ ମାସ ଶେଷ ସୁଦ୍ଧା ହାଇସ୍କୁଲ ଗୁଡ଼ିକରେ ୧୧୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ଏକ କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲଗୁଡ଼ିକର ରୂପାନ୍ତରୀକରଣ କରାଯାଉଛି। ପ୍ରାୟ ୮ ହଜାର ହାଇସ୍କୁଲରରୁ ୫ ହଜାର ସ୍କୁଲକୁ ରୂପାନ୍ତରୀକରଣ କରାଯାଉଛି। ବାକି ୩୦୦୦ ହାଇସ୍କୁଲର ରୂପାନ୍ତରୀକରଣ ବ୍ୟବସ୍ଥା ପରେ କରାଯିବ। ହାଇସ୍କୁଲ ରୂପାନ୍ତରୀରଣ କରିବା ପରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ କଥା ବିଚାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Show More

Related Articles

Back to top button