Breaking PLUSଦୁର୍ଘଟଣାମୁଖ୍ୟ ଖବରସ୍ୱାସ୍ଥ୍ୟ
ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇ ୭ ଜଣଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳ ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ଘଟିଛି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ମେଡିକାଲ୍ରୁ ଚେକ୍ ଅପ୍ ସାରି ଗୋଟିଏ ପରିବାରର ୬ ଜଣ ସଦସ୍ୟ ଆମ୍ବୁଲାନ୍ସରେ ଫେରୁଥିଲେ। ଏହି ସମୟରେ ବରେଲି ଜିଲ୍ଲାରେ ଟ୍ରକ୍ ସହ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରଥମେ ଆମ୍ବୁଲାନ୍ସ ଡିଭାଇଡରରେ ପିଟି ହୋଇଥିଲା ଏବଂ ଏହାପରେ ଟ୍ରକ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ସମସ୍ତ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏଭିଭଳି ଏକ ଦୁଃଖଦ ଘଟଣାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି।