
ଗଞ୍ଜାମ ଜିଲ୍ଲା ଚିକିଟି ଫାଣ୍ଡି ଅନ୍ତର୍ଗତ ସୁବର୍ଣ୍ଣପୁର ନିକଟରେ ବାଇକ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ସୋମବାର ଅପରାହ୍ନ ୨ଟାରେ ରମ୍ପା ଗ୍ରାମର କେ-ଧର୍ମାୟା ଏବଂ ଦାକତା ତ୍ରିନାଥ ନିଜ ଗ୍ରାମରୁ ଏକ ହୋଣ୍ଡା ବାଇକ ଯୋଗେ ଧାନଘର ଅଭିମୁଖେ ଯାଉଥିଲେ। ଏହି ସମୟରେ ଚିକିଟି ପଟୁ ବିପରୀତ ଦିଗରୁ ଆସୁଥିବା ସୁରଳ ଗ୍ରାମର ବାଉରୀ ବନ୍ଧୁ ବେହେରା(ଦିଗପହଣ୍ଡି ବ୍ଲକର ପଂଚlୟତ ପିଇଓ)ଙ୍କ ବାଇକ୍ ସହ ସୁବର୍ଣ୍ଣପୁର ନିକଟରେ ଧକ୍କା ହୋଇଥିଲା ।
ବାଉରୀ ସମିତି ବୈଠକ ସାରି ନିଜ ଗ୍ରାମ ସୁରଳ ଅଭିମୁଖେ ବାଇକ ଯୋଗେ ଫେରୁଥିଲେ। ଦୁର୍ଘଟଣାରେ ଉଭୟ ଗାଡିର ଚାଳକ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି, ବାଇକରେ ବସିଥିବା ଥିବା ବ୍ୟକ୍ତି ଗାଡିରୁ ଛିଟିକି ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଂଚି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଂଚି ଗୁରୁତର ଡାକତ୍ତl ତ୍ରିନାଥଙ୍କୁ ୧୦୮ଯୋଗେ ଚିକିଟି ମେଡ଼ିକାଲ ପଠାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଦୁଇଟି ବାଇକ ଜବତ କରି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।