
ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓଡିଶା ପକ୍ଷରୁ ଭାରତ ସରକାରଙ୍କର OBCମାନଙ୍କର ଜାତି ଆଧାରିତ ଜନଗଣନା ନ କରାଯିବା ବିରୋଧରେ ଭାରତ ବନ୍ଦ ଡାକରା। ଆସନ୍ତା ୨୫ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା। ଦେଶ ସ୍ବାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ OBC ମାନଙ୍କର ସ୍ୱତନ୍ତ୍ର ଜାତିଭିତ୍ତିକ ଜନଗଣନା କରାଯାଇ ନାହିଁ । ପଶୁ, ପକ୍ଷୀ ମାନଙ୍କର ଗଣନା କରାଯାଉଛି ଅଥଚ OBC ମାନଙ୍କର ଜନଗଣନା ନାହିଁ I ପ୍ରଧାନମନ୍ତ୍ରୀ ସୁପ୍ରିମ କୋର୍ଟରେ ଏକ ଶପଥ ପାଠ ଦେଇଛନ୍ତି ଯେ OBC ମାନଙ୍କର ଜାତିଭିତ୍ତିକ ଗଣନା ହେବ ନାହିଁ ।
ପ୍ରଧାନମନ୍ତ୍ରୀ ପ୍ରତିଦିନ ବିକାଶର କଥା କୁହନ୍ତି । କିନ୍ତୁ OBC ମାନଙ୍କର ବିକାଶ ପାଇଁ OBC ମାନଙ୍କର ଜନସଂଖ୍ୟା ଜାଣିବା ଅତ୍ୟନ୍ତ ଆବଶ୍ୟକ । ଏହା ପରେ ମଧ୍ୟ OBC ଜନସଂଖ୍ୟାର ତଥ୍ୟ ସଂଗ୍ରହ କରାଯାଉ ନାହିଁ । ଯାହାକି OBC ମାନଙ୍କୁ ବିକାଶରୁ ବଞ୍ଚିତ କରିବା ପାଇଁ ଏକ ଷଡ଼ଯନ୍ତ୍ର ଅଟେ । ଏହି ଗଣନା ନହେବା ଦ୍ବାରା ଓଡିଶାର ପଞ୍ଚାୟତ ରାଜ ଏବଂ ମ୍ୟୁନସିପାଲଟି ନିର୍ବାଚନରେ OBC ମାନଙ୍କର ସଂରକ୍ଷଣ ସମାପ୍ତ କରାଯାଉଛି ।
ଏଥିପାଇଁ ଏହାକୁ ବିରୋଧକରି ୨୫ ମେ ୨୦୨୨ ରେ ଭାରତ ବନ୍ଦ କରୁଅଛୁ । କୃଷକମାନଙ୍କୁ MSP ଗ୍ୟାରେଣ୍ଟି ଆଇନ ଦାବିରେ, ବେସରକାରୀ କ୍ଷେତ୍ରରେ SC, ST, OBC ମାନଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବା ଦାବିରେ, ପୁରୁଣା ପେନସନ ସ୍କିମ ପୁନଃ କାର୍ଯ୍ୟକାରୀ କରିବା ଦାବୀରେ, ଜଳ, ଜଙ୍ଗଲ ଜମିରୁ ଆଦିବାସୀମାନଙ୍କୁ ବିସ୍ଥାପନ କରିବା ବିରୋଧ ଆଦି ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦେଇଥିବା ଭୁବନେଶ୍ୱରରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।