Breaking PLUSଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର
ବଦଳିଲା ” ପି ସି ଆର ଭ୍ୟାନ” ର ରୂପରେଖ

ଭୁବନେଶ୍ୱର : ବଦଳିଲା ” ପି ସି ଆର ଭ୍ୟାନ” ର ରୂପରେଖ। ବର୍ତ୍ତମାନ ପୋଲିସ ର ଚବିଶି ଘଣ୍ଟିଆ ଜରୁରୀ କାଳୀନ ସେବା ଟେଲିଫୋନ ନମ୍ବର 100 ପରିବର୍ତ୍ତେ 112 ହୋଇଛି।କୌଣସି ଆପଦ କାଳୀନ ପରିସ୍ଥିତି ଯଥା ତତ୍କାଳୀନ ପୋଲିସ ର ସାହାଯ୍ୟ, ଅଗ୍ନିକାଣ୍ଡ,ରୋଗୀସେବା ଇତ୍ୟାଦି ପାଇଁ ଏହି 112 କୁ ଯୋଗାଯୋଗ କଲେ ତୁରନ୍ତ ସେବା ଉପଲବ୍ଧ ହେବ।ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର କମିଶନରେଟ ପୋଲିସ ର କ୍ୟାପିଟାଲ ଥାନା, ଲିଙ୍ଗରାଜ ଥାନା, ସହିଦନଗର ଥାନା ଖଣ୍ଡଗିରି ଥାନା ଓ ନୟାପଲ୍ଲୀ ଥାନା କୁ ଗୋଟିଏ ଲେଖାଏଁ ନୂତନ ପିସିଆର ଭ୍ୟାନ ଯୋଗାଇ ଦିଆଯାଇଛି।ପର୍ଯ୍ୟାୟ କ୍ରମେ ଅନ୍ୟ ସମସ୍ତ ଥାନାକୁ ଏହି ନୂତନ ଗାଡି ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।