Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର
ଆରମ୍ଭ ହେଲା କାରରୁ କଳାକାଚ କ୍ଲିନ୍ ଅଭିଯାନ, ଏଣିକି ରାସ୍ତାରେ ଚାଲିବନି କଳାକାଚ ଲାଗିଥିବା କାର

ଭୁବନେଶ୍ୱର : ଆରମ୍ଭ ହେଲା ଟୁଇନ୍ ସିଟିରେ କାରରୁ କଳାକାଚ କ୍ଳିନ୍ ଅଭିଯାନ। ଏଣିକି ଆଉ ରାସ୍ତାରେ ଚାଲିବନି କଳାକାଚ ଲାଗିଥିବା କାର। କାରରେ କଳା କାଚ ଲଗେଇବା ଦ୍ୱାରା ଅପରାଧୀମାନେ କଳାକାଚ ଲାଗିଥିବା କାର୍ ଯୋଗେ ସହଜରେ ଅପରାଧ ଘଟାଇ ଖସିଯାଉଛନ୍ତି। ସିସିଟିଭି କ୍ୟାମେରା ବି କାର୍ ଭିତର ଦୃଶ୍ୟ ଦେଖିବା ସମ୍ଭବ ହେଉନଥିଲା। ଏହାକୁ ନେଇ କମିସନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ଛକ ଗୁଡ଼ିକରେ ଚେକିଂ କାର୍ଯ୍ୟ କରାଯାଇଛି। ଏଣିକି କାରରେ କଳାକାଚ ଲାଗିଥିଲେ ୫୦୦ ଟଙ୍କା ଜୋରିମାନା ଦବାକୁ ପଡିବ କାର ମାଲିକଙ୍କୁ। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଛକରେ ଧରାପଡି ୫୧ଟି ଗାଡ଼ି ମାଲିକ ଠାରୁ ଜୋରିମାନା ଆଦାୟ କରାଯାଇଛି। ଏଥି ସହିତ କାରରୁ କଳାକାଚ ବାହାର କରିଛନ୍ତି ଟ୍ରାଫିକ୍ ପୋଲିସ। ଆଗକୁ ଆହୁରି ଜୋରଦାର କଡାକଡ଼ି ହେବ। ନିୟମ ଭାଙ୍ଗିଲେ ଗାଡ଼ି ସିଜ କରାଯିବ ବୋଲି ଟ୍ରାଫିକ୍ ଏସିପି ସୂଚନା ଦେଇଛନ୍ତି।