ସମୁନ୍ଦ୍ର କୂଳରୁ ଜଣେ ନବମ ଶ୍ରେଣୀ ଛାତ୍ର ନିଖୋଜ

ପାରାଦୀପ: ପାରାଦୀପ ସମୁଦ୍ର କୂଳରୁ ଜଣେ ନବମ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି । ସାଇକେଲ, ସ୍କୁଲ ବ୍ୟାଗ୍, ଆଇକାର୍ଡ ଓ ଡ୍ରେସ ସମୁଦ୍ର କୂଳରେ ଥିବା ବେଳେ ପିଲାଟିର କୌଣସି ପତ୍ତା ମଳୁନାହିଁ । ସ୍କୁଲରୁ ଫେରି ସମୁଦ୍ରରେ ଗାଧୋଉ ଥିବା ବେଳେ ଛାତ୍ର ଜଣଙ୍କ ଭାସି ଯାଇଥିବା ସନ୍ଦେହ କରାଯାଉଛି । ନିଖୋଜ ଛାତ୍ର ହେଲେ ଭଞ୍ଜକଲୋନୀର ପ୍ରୀତମ ଦାସ । ଅଭିଯୋଗ ଅନୁସାରେ, ସବୁଦିନ ପରି ପ୍ରୀତମ ଆଜି ବି ସ୍କୁଲ ଯାଇଥିଲେ । ସକାଳ ୯ଟାରେ ସ୍କୁଲ ଛୁଟି ହେବା ପରେ ସେ ତାଙ୍କ ସାଇକେଲ ଧରି ଘରକୁ ଫେରିଥିଲେ । ହେଲେ, ସେ ଘରେ ପହଞ୍ଚି ନଥିଲେ । ଘରକୁ ନ ଆସି ସମୁନ୍ଦ୍ରକୁ ଗାଧେଇବାକୁ ଯାଇଥିବା କୁହାଯାଉଛି । ପୁଅ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଏହି ସମୟରେ ସମୁଦ୍ର କୂଳରେ ତାଙ୍କ ସାଇକେଲ ଥୁଆ ହୋଇଥିବା ଓ ସ୍କୁଲ ବ୍ୟାଗ, ପ୍ୟାଣ୍ଟ ଏବଂ ଆଇକାର୍ଡ ସାଇକେଲ ପାଖରେ ଥିବା ଖବର ପାଇ ସେଠାରେ ପହଞ୍ଚି ଥିଲେ । ଏହାପରେ ପ୍ରୀତମ ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଉଥିବା ସନ୍ଦେହ କରାଯାଉଛି । ଆନ୍ୟପଟେ ପ୍ରୀତମ ସ୍କୁଲରୁ ଆସିବା ବେଳେ ତା’ସାଙ୍ଗରେ ତାର ଦୁଇଜଣ ସାଙ୍ଗ ଆସିଥିବା ଖବର ମିଳିଛି । ତେବେ ସେ ସାଙ୍ଗ ଦୁୁଇଜଣ କିଏ ତାହା କିଛି ଜଣାପଡି ନାହିଁ । ସେ ସମ୍ପର୍କରେ ତଦନ୍ତ ଚାଲିଛି ।