Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ତ୍ରୀପୁରାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିପ୍ଳବ ଦେବ

ତ୍ରିପୁରାରେ ଦେଖାଦେଇଛି ବଡ଼ ପରିବର୍ତ୍ତନ । ଆଜି ତ୍ରୀପୁରାରେ ବିପ୍ଲବ ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ରାଜ୍ୟପାଳଙ୍କୁ ଦେଇଛନ୍ତି । ବିପ୍ଲବଙ୍କ ସ୍ଥାନରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ ଏବେ ସେ ଉପରେ ସମସ୍ତଙ୍କ ନଜର । ସୂଚନାଯୋଗ୍ୟ, ଏହା ପୂର୍ବରୁ ବିପ୍ଲବ ଦେବ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଥିଲେ । ଇସ୍ତଫା ଦେବା ପରେ ବିପ୍ଲବ ଦେବ କହିଛନ୍ତି, ମୋ ପାଇଁ ଦଳ ସବୁଠୁ ବଡ଼ । ସଂଗଠନର ହିତ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି । ଦଳ ଯେଉଁ ଦାୟିତ୍ୱ ଦେବ ନିର୍ବାହ କରିବି । ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଲବ ଇସ୍ତଫା ଦେବା ପରେ ଆଜି ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ଯେଉଁଥିପାଇଁ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ସହ ସକେ ବିନୋଦ ତାୱେଡ଼ଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଏହି ବୈଠକରେ ଦଳ ନୂଆ ମୁଖ୍ୟମନ୍ତ୍ରୀ ବାଛିବ । ବିପ୍ଲବ ଦେବଙ୍କୁ ନେଇ ଦଳରେ କନ୍ଦଳ ତେଜୁଥିଲା । ଏପରିକି ୨ ଜଣ ବିଧାୟକ ଦଳ ଛାଡ଼ି ଦେଇଥିଲେ ।

Show More

Related Articles

Back to top button