ଏଲନ ମସ୍କଙ୍କ ଅସୁବିଧା ବଢିବାରେ ଲାଗିଛି, ମସ୍କ ଏବଂ ଟୁଇଟର ବିରୋଧରେ ମାମଲା ରୁଜୁ

ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ଘୋଷଣା କରିଥିବା ଏଲନ୍ ମସ୍କଙ୍କ ପାଇଁ ଦିନକୁ ଦିନ ଅସୁବିଧା ବଢ଼ିବାରେ ଲାଗିଛି। ଫ୍ଲୋରିଡା ପେନ୍ସନ ଫଣ୍ଡ୍ ଏହି ଡିଲକୁ ବନ୍ଦ କରିବା ପାଇଁ ମସ୍କ ଏବଂ ଟୁଇଟର ବିରୋଧରେ ମାମଲା ରୁଜୁ କରିଛି। ୨୦୨୫ ପର୍ଯ୍ୟନ୍ତ ଏଲୋନ ମସ୍କ ଏବଂ ଟୁଇଟର ମଧ୍ୟରେ ଡିଲ୍ ବନ୍ଦ କରିବାକୁ ଏଥିରେ ଦାବି କରାଯାଇଛି। ସୁଚନା ଅନୁଯାୟୀ, ଡେଲାୱେର୍ ଚାନ୍ସରି କୋର୍ଟରେ ଦାଖଲ ହୋଇଥିବା ମାମଲା ଉଲ୍ଲେଖ କରାଯାଇଛି ଯେ, ଚୁକ୍ତି ଅନୁସାରେ ଟୁଇଟରର ୧୫ ପ୍ରତିଶତ ଅଂଶଧନ ମଧ୍ୟରୁ ମସ୍କ ୯.୬ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବା ପରେ ଜଣେ ଷ୍ଟକ୍ଧାରୀ ହୋଇପାରିଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ଯଦି ସେ ମାଲିକାନାରୁ ଦୁଇ-ତୃତୀୟାଂଶ ଅଂଶଧନ କ୍ରୟ ନ କରନ୍ତି ତେବେ ତାଙ୍କର ଟୁଇଟର କ୍ରୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। ଏହା ଅନୁଯାୟୀ, ଅନ୍ତତଃ ପକ୍ଷେ ୨୦୨୫ ପର୍ଯ୍ୟନ୍ତ ଏହି ଡିଲ୍ ବା କାବରାର ଉପରେ ରୋକ ରଖାଯିବା ଜରୁରୀ। ଏହି ପରିପ୍ରେକ୍ଷୀରେ ଟୁଇଟର ପରିଚାଳନା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଅଭିଯୋଗ ହୋଇଛି ଯେ କମ୍ପାନୀର ନିର୍ଦ୍ଦେଶକମାନେ ସେମାନଙ୍କ କର୍ତ୍ତବ୍ୟ ଉଲ୍ଲଂଘନ କରିଛନ୍ତି। ତେବେ ଏ ନେଇ ଟୁଇଟର ଅବା ଏଲନ୍ ମସ୍କଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରଦାନ କରାଯାଇ ନାହିଁ।