Breaking PLUSଆଇନ କାନୁନଦେଶମୁଖ୍ୟ ଖବର

କଂଗ୍ରେସର ସମସ୍ତ ବିଧାୟକଙ୍କୁ ଦିଲ୍ଲୀ ଡାକରା

ଆସନ୍ତା ୫ ତାରିଖରେ ସମସ୍ତଙ୍କୁ ଦିଲ୍ଲୀରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ୱର: ପିସିସି ସଭାପତି ଚୟନ ପ୍ରସଙ୍ଗରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । କଂଗ୍ରେସର ସମସ୍ତ ବିଧାୟକଙ୍କୁ ଦିଲ୍ଲୀରୁ ଡକରା ଆସିଥିବା ସୂଚନା ମିଳିଛି । ଆସନ୍ତା ୫ ତାରିଖରେ ସମସ୍ତଙ୍କୁ ଦିଲ୍ଲୀରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାହୁଲ ଗାନ୍ଧି ସମସ୍ତ ବିଧାୟକଙ୍କୁ ଭେଟି ପିସିସି ସଭାପତି ଚୟନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବିଧାୟକଙ୍କୁ ଦିଲ୍ଲୀ ଡାକରା ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି । ଜଣେ ବିଧାୟକଙ୍କୁ ପିସିସି ସଭାପତି କରିବାକୁ ବେଶ୍ କିଛି ଦିନ ହୋଇଗଲାଣି ତାରା ପ୍ରସାଦ ବାହିନୀପତି ଦାବି କରି ଆସୁଥିବା ବେଳେ ଦଳୀୟ ପଦରୁ ତାଙ୍କ ଇସ୍ତଫା ଖବରକୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ କଂଗ୍ରେସର ରାଜ୍ୟ ପ୍ରଭାରୀ ଚେଲା କୁମାର କହିଛନ୍ତି ଯେ ପିସିସି ସଭାପତିଙ୍କ ସହିତ ଏଥିରେ ଆମୂଳଚୂଳ ପରିବର୍ତ୍ତନ କରାଯିବ। ସୂଚନା ପ୍ରଦାନ କରାଯିବା ପରେ ହାଇକମାଣ୍ଡ ଏନେଇ ନିଷ୍ପତ୍ତି ନେବେ ।

Show More

Related Articles

Back to top button