Breaking PLUSଦୁର୍ଘଟଣାମୁଖ୍ୟ ଖବର

ଆଦିବାସୀ ସାହିରେ ଦନ୍ତା ହାତୀର ଆତଙ୍କ

ବାଙ୍କୀ ଭଗିପୁର ଗାଁର ଆଦିବାସୀ ସାହିରେ ହାତୀର ଉପଦ୍ରବ।

କଟକ: ବାଙ୍କୀ ଭଗିପୁର ଗାଁର ଆଦିବାସୀ ସାହିରେ ହାତୀର ଉପଦ୍ରବ। ଆଦିବାସୀ ସାହିରେ ଗତକାଲି ବିଳମ୍ବିତ ରାତିରେ ଦନ୍ତା ହାତୀ ପଶି ଆତଙ୍କ ଖେଳାଇଛି। ଗାଁର ଜର୍ମାନୀ ଦେଉରୀ ଓ କବିରାଜ ଦେଉରୀଙ୍କ ଘର ଭାଙ୍ଗିବା ସହିତ ଝରକା ଭାଙ୍ଗି ଘରେ ଥିବା ଧାନ ଚାଉଳ ଖାଇବାକୁ ଉଦ୍ୟମ କରିଥିଲା ହାତୀ । ତେବେ ଭଙ୍ଗା ରୁଜା ଶବ୍ଦ ଶୁଣି ଘର ଲୋକେ ଉଠିଯିବାପରେ ହାତୀ ଆସିଥିବା ଦେଖିବାକୁ ମିଳିଥିଲା । ଜର୍ମାନୀ ଦେଉରୀ ହାତୀକୁ ଦେଖି ପାଟିକରିବା ପରେ ଗାଁ ଲୋକେ ଉଠି ଯାଇଥିଲେ । ପରେ ଗ୍ରାମର ସମସ୍ତ ଲୋକେ ଏକାଠି ହୋଇ ହାତୀକୁ ଗୋଡାଇଥିଲେ ।

Show More

Related Articles

Back to top button