
କୋଭିଡ ପରେ ପୁଣି ଆଜି ବୈଠକ ହୋଇଛି । ସାଂସଦମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ଶେଷ । ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଲେ ନରେନ୍ଦ୍ର ମୋଦି । ଓଡ଼ିଶା ସମେତ ହରିୟାଣା, ଦିଲ୍ଲୀ ଓ ଉତ୍ତରାଖଣ୍ଡର ବିଜେପି ସାଂସଦଙ୍କୁ ନେଇ ବୈଠକ ଡ଼ାକିଥିଲେ ମୋଦି । ତେବେ ମିଟିଂ ପରେ ସାଂସଦ ବସନ୍ତ ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହା ସୌଜନ୍ୟ ମୂଳକ ସାକ୍ଷାତକାର ଥିଲା । ଅତୀତରେ ମଧ୍ୟ ଏପରି ଆଲୋଚନା ହୋଇଥିଲା, କୋଭିଡ ପରେ ପୁଣି ଆଜି ବୈଠକ ହୋଇଛି । ସଙ୍ଗଠନକୁ କିପରି ମଜଭୁତ କରାଯିବ ସେ ଅଲୋଚନା ହୋଇଛି । ଜଣେ ସାଂସଦ ହିସାବରେ ନିଜର କାମ ସଠିକ ଭାବେ କରିବାକୁ ପ୍ରଧାନମନ୍ତ୍ରୀ ଆଗ୍ରହ ଦେଖାଇଛନ୍ତି ।4ଟି ରାଜ୍ୟର କାର୍ଯ୍ୟକର୍ତ୍ତାଙ୍କୁ ଡାକିଥିଲେ ସେଥିପାଇଁ କିଛି ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇନାହିଁ । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଦ୍ଵାରା ଆମେ ପ୍ରରିତ ହେଉଛୁ । 2024 ନିର୍ବାଚନ ପାଇଁ ଏହି ଆଲୋଚନା ଆମକୁ ଶକ୍ତି ଯୋଗାଇବ ବୋଲି ମତ ଦେଇଛନ୍ତି ବସନ୍ତ ପଣ୍ଡା ।