Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ସରକାରୀ କର୍ମଚାରୀ କାମ ସମୟରେ କଥା ହେବା ମନା

କାର୍ଯ୍ୟ ସମୟରେ ସରକାରୀ କର୍ମଚାରୀମାନେ ଫୋନରେ ବ୍ୟକ୍ତିଗତ କଥା ହୋଇପାରିବେ ନାହିଁ ।

କାର୍ଯ୍ୟ ସମୟରେ ସରକାରୀ କର୍ମଚାରୀମାନେ ଫୋନରେ ବ୍ୟକ୍ତିଗତ କଥା ହୋଇପାରିବେ ନାହିଁ । ଏହା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ। ମଙ୍ଗଳବାର ମାଡ୍ରାସ ହାଇକୋର୍ଟ ଏମିତି କଛି ରାୟ ଘୋଷଣା କରିଛନ୍ତି । ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଯେ, ସରକାରୀ କର୍ମଚାରୀଙ୍କୁ ଅଫିସ୍ ସମୟରେ ବ୍ୟକ୍ତିଗତ କାରଣ ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଦିଆଯିବ ନାହିଁ । ଏ ବାବଦରେ ନିୟମ ପ୍ରସ୍ତୁତ କରିବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। କାର୍ଯ୍ୟକ୍ଷେତ୍ରରେ ମୋବାଇଲ୍ ଫୋନର ବ୍ୟବହାର ବ୍ୟବହାର କରୁଥିବାରୁ ନିଲମ୍ବିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି ବେଳେ ଜଷ୍ଟିସ୍ ସୁବ୍ରମଣ୍ୟମ୍ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ସୁବ୍ରମଣ୍ୟମ୍ କହିଛନ୍ତି ଯେ, କାର୍ଯ୍ୟ ସମୟରେ ସରକାରୀ କର୍ମଚାରୀଙ୍କ ଦ୍ୱାରା ବ୍ୟକ୍ତିଗତ କାରଣ ପାଇଁ ଫୋନର ବ୍ୟବହାର ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଛି, ଯାହାକି ଭୁଲ୍। ଏହି ପ୍ରସଙ୍ଗରେ ନିୟମ ପ୍ରସ୍ତୁତ କରିବା ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button