
ଆପଣ ଯୁକ୍ତ୨ ପାସ୍ କରିଛନ୍ତି କି , ଯଦି ହଁ ତେବେ ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ବ୍ୟାଙ୍କ ଚାକିରି କରିବାକୁ ଇଛୁକ , ତେବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ପିଅନ ପୋଷ୍ଟ ପାଇଁ ଆବେଦନ ଗ୍ରହଣ କରୁଛି। ପଶ୍ଚିମବଙ୍ଗର ବର୍ଦ୍ଧମାନ ଏବଂ ବିହାର ଚମ୍ପାରଣ ଜିଲ୍ଲାରେ ଏହି ନିଯୁକ୍ତି ମିଳିବ।
ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୪ ବର୍ଷ ମଧ୍ୟରେ ହୋଇଥିବ । ଇଚ୍ଛୁକ ପ୍ରାର୍ଥୀ ୧୨ସ୍ ପାସ୍ କରିଥିବା ଜରୁରୀ । ଏହାଛଡା ଇଁଗ୍ରାଜୀ ରେ ପଢିବା ଏବଂ ଲେଖିବା ନିତାନ୍ତ ଜରୁରୀ । ଗ୍ରାଜୁଏସନ ପାସ୍ କରିଥିଲେ ଏହି ପଦବୀ ପାଇଁ ଆବେଦନ କରିପାରିବେ ନାହିଁ। ଚୟନିତ ପ୍ରାର୍ଥୀଙ୍କ ଦରମା ମାସିକ ୧୪,୫୦୦ ରୁ ୨୮,୧୪୫ ଟଙ୍କା ରହିଛି। ସରଂକ୍ଷିତ ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ ରିହାତି ମିଳିବ। ଏସସି ଏବଂ ଏସଟି ପ୍ରାର୍ଥୀଙ୍କୁ ୫ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷର ରିହାତି ମିଳିବ।