Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର
ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ
ସକାଳ ୧୧ ଟାରୁ ଅଧିବେଶନ ଆରମ୍ଭ ହେବ ବୋଲି କୁହାଯାଇଛି ।

ମାର୍ଚ୍ଚ ୧୪ ତାରିଖରୁ ଉଭୟ ସଦନରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନାମିଳିଛି । କରୋନା କଟକଣା ମଧ୍ୟରେ ଏହି ଅଧିବେଶନ ଆରମ୍ଭ ହେଉଥିବାରୁ ଉଭୟ ସଦନରେ କଟକଣା ସହ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏଥର ଉଭୟ ସଦନରେ ଗୋଟିଏ ପାଳିରେ ଅଧିବେଶନ ଅନୁଷ୍ଠିତ ହେବ । ସକାଳ ୧୧ ଟାରୁ ଅଧିବେଶନ ଆରମ୍ଭ ହେବ ବୋଲି କୁହାଯାଇଛି । କରୋନା କାଳରେ ଅଧିବେଶନ ଚାଲୁଥିବାରୁ ଉଭୟ ସଦନରେ ସାଂସଦମାନଙ୍କ ବସିବା ଟେବୁଲ ମାଧ୍ୟମରେ ସାମାଜିକ ଦୂରତା ସହ ଅତିଥି ଗ୍ୟାଲେରୀରେ ବି ସାମାଜିକ ଦୂରତା ପାଳନ କରାଯିବ । ସେପଟେ ପ୍ରେସ ଗ୍ୟାଲେରୀରେ ମଧ୍ୟ ସାମ୍ବାଦିକମାନଙ୍କ ସଂଖ୍ୟା ସୀମିତ ରଖାଯାଇଛି । କରୋନା କଟକଣାକୁ ମାନି ବଜେଟ୍ ଅଧିବେଶନ କରାଯିବ ।