Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ରୁଷ ଓ ୟୁକ୍ରେନର ଯୁଦ୍ଧ ସମୟରେ ଖେରସନରେ ଆଉ ପାଞ୍ଚଜଣ ଭାରତୀୟ ଫସିରହିଛନ୍ତି

ପ୍ରବଳ ସଂଘର୍ଷ ପରେ ଉକ୍ତ ସହର ବର୍ତ୍ତମାନ ରୁଷ ସେନା କବ୍‌ଜାରେ ରହିଛି ।

ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଉଦ୍ଧାର କରିବା ଅଭିଯାନ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଭଳି କ୍ଷେତ୍ରରେ ସର୍ବାଧିକ ପ୍ରଭାବିତ ଖେରସନ ସହରରେ ୫ ଜଣ ଭାରତୀୟ ଫସି ରହିଥିବାର ସୂଚନା ମିଳିଛି । ପ୍ରବଳ ସଂଘର୍ଷ ପରେ ଉକ୍ତ ସହର ବର୍ତ୍ତମାନ ରୁଷ ସେନା କବ୍‌ଜାରେ ରହିଛି ।  କିନ୍ତୁ ସେଠାରୁ ବାହାରି ଆଗକୁ ଯିବା ପରେ କିଛି ଦୂରରେ ୟୁକ୍ରେନ ସେନା ଛକି ରହିଛନ୍ତି । ତେଣୁ ସେଠାରୁ ବାହରିବା ସମ୍ଭବ ହେଉନଥିବାରୁ ଏହି ଭାରତୀୟମାନେ ଭିଡିଓ କଲ୍‌ କରି ସେମାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି । ଭିଡିଓରେ ସେମାନେ କହିଛନ୍ତି କି ୧୩ ଦିନ ହେଲା ସେଠାରେ ଫସି ରହିଛନ୍ତି । ଖାଇବାକୁ ପାଖରେ କିଛି ନାହିଁ । ଦୂତାବାସ ପକ୍ଷରୁ ମଧ୍ୟ ସେମାନଙ୍କୁ କୌଣସି ସହାୟତା ମିଳିନଥିବା ସେମାନେ କହିଛନ୍ତି । ଏହି ୫ ଜଣଙ୍କ ମଧ୍ୟରୁ ଗୁଜରାଟର ୨, ହରିଆଣାର ୨ ଓ ତାମିଲନାଡୁର ଜଣେ ଅଛନ୍ତି ।

Show More

Related Articles

Back to top button