
ନୂଆଦିଲ୍ଲୀ: ଭୁଲବଶତଃ ପାକିସ୍ଥାନରେ ପଡିଲା ଭାରତର ମିଶାଇଲ । ଯାହାକୁ ନେଇ ପାକିସ୍ଥାନୀମାନେ ଭାରତକୁ ଆରୋପ କରି କହିଛନ୍ତି ,ଭାରତ ଏୟାରସ୍ପେସ୍ ଉଲ୍ଲଂଘନ କରିଛି । ଭାରତ ଏହି କଥାକୁ ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରିଛି । ସାରା ବିଶ୍ୱରେ ଏବେ ଯୁଦ୍ଧର ବିଭୀଷିକା ମଧ୍ୟରେ ଏହା ଏକ ନୂଆ ହିବାଦ ସୃଷ୍ଟି କରିଛି ।
ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ମିସାଇଲ ପାକିସ୍ତାନକୁ ପଡିଥିବା କହିଛି ମନ୍ତ୍ରଣାଳୟ । ତେବେ ଏହି ମିସାଇଲଟି ନିୟମିତ ମେଣ୍ଟେନାନ୍ସ ସମୟରେ ଯାନ୍ତ୍ରିକ ତ୍ରୁଟି ପାଇଁ ଫାୟାର ହୋଇଥିଲା ଏବଂ ଏଥିରେ କୌଣସି ଯୁଦ୍ଧାସ୍ତ୍ର ନଥିଲା । ଏହା ପାକିସ୍ତାନ ସୀମାର ୧୨୪ କିମି ଦୂରରେ ପଡିଥିବା କୁହାଯାଇଛି ।
ସେହିପରି କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମିସାଇଲ ଭୁଲ ବଶତଃ ପାକିସ୍ତାନର ଏକ ଅଞ୍ଚଳରେ ପଡିଥିଲା । ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଛି ଭାରତ ।ଅନ୍ୟପଟେ ଏହି ମିସାଇଲ ମାଡରେ କୌଣସି ଲୋକ ମୃତାହତ କିମ୍ବା କ୍ଷୟକ୍ଷତି ହୋଇ ନଥିବା କହିଛି ମନ୍ତ୍ରଣାଳୟ । ତେବେ ପାକିସ୍ତାନ ଦାବି କରିଛି ଏହି ମିସାଇଲ ଏକ ସୁପରସୋନିକ ମିସାଇଲ ଥିଲା । ଏହା ୪୦ ହଜାର କିମି ଅଲଟିଚ୍ୟୁଡ୍ ରେ ଆସି ପଡିଥିବା ଦାବି କରିଛି ପାକିସ୍ତାନ । ଏହାସହିତ ଏହି ମିସାଇଲ ଘଣ୍ଟାପ୍ରତି ୩ ହଜାର କିମି ଦୂରତା ଅତିକ୍ରମ କରିପାରେ ବୋଲି କହୁଯାଇଛି । ତେବେ ଘଟଣାଟି ଗତ ୯ ତାରିଖରେ ଘଟିଥିଲା ।