ଦେଶବ୍ୟକ୍ତିତ୍ୱଭକ୍ତିମୁଖ୍ୟ ଖବରରାଜନୀତି
ଦୀର୍ଘ ୨ବର୍ଷ ପରେ ମା ହୀରାବେନଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ମାଆଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ଗାନ୍ଧୀନଗର : ଗୁଜରାଟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ଦୁଇ ବର୍ଷ ପରେ ନିଜ ମା ହୀରାବେନଙ୍କୁ ଭେଟି ମାଆଙ୍କ ପାଦ ଛୁଇଁ ଆଶୀର୍ବାଦ ନେବାସହ ମାଆଙ୍କ ସହ ବସି ଭୋଜନ କରିଛନ୍ତି ।
ଏହା ପୂର୍ବରୁ ଦୁଇ ଦିନିଆ ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଗୁଜରାଟରେ ରୋଡ ଶୋ’ କରିଥିଲେ। ଫୁଲରେ ସଜ୍ଜିତ ଗାଡିରେ ପ୍ରଧାନମନ୍ତ୍ରୀ ଗେରୁଆ ରଙ୍ଗର ଟୋପିରେ ନଜର ଆସିଥିଲେ। ରୋଡ ଶୋ’ ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଶହ ଶହ ସମର୍ଥକଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ରାଜ୍ୟ ବିଜେପି ଅଧ୍ୟକ୍ଷ ସି.ଆର.ପଟେଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ରୋଡ ଶୋ’ରେ ଉପସ୍ଥିତରେ ରହିଥିଲେ।