
କ୍ୟାବିନେଟ୍ର ସୁପାରିଶ ଅନୁସାରେ ସେ କାର୍ଯ୍ୟ କରୁଥିବା କହିଛନ୍ତି। ରାଜ୍ୟପାଳ କହିଛନ୍ତି, ମଧ୍ୟ ରାତ୍ର ୨ଟାରେ ବିଧାନସଭାର ବୈଠକ ଅସ୍ଵାଭାବିକ ଘଟଣା ଏବଂ ଇତିହାସରେ ପ୍ରଥମ ଥର ଘଟିବ। ମାତ୍ର ଏହା କ୍ୟାବିନେଟ୍ ନିର୍ଣ୍ଣୟ ବୋଲି ସେ କହିଛନ୍ତି। ରାତି ୨ଟାରେ ବିଧାନସଭା ଡକାଇବା ବିଷୟରେ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ବିମାନ ବାନାର୍ଜୀ କହିଛନ୍ତି, ଏହା କୌଣସି ଟାଇପୋଗ୍ରାଫିକଲ ଭୁଲ୍ ହୋଇଥାଇପାରେ।
ଏହାକୁ ସଂଶୋଧନ କରାଯାଇ ପାରିଥାନ୍ତା। ରାଜ୍ୟ ସରକାର ଯେବେ ସୂଚନା ଦେଲେ ଏହା ଅପରାହ୍ନ ୨ଟା ଉଲ୍ଲେଖ ଥିଲା। ବର୍ତ୍ତମାନ ଏହି ବିଷୟରେ କ୍ୟାବିନେଟକୁ ସ୍ଥିର କରିବାକୁ ପଡିବ। ଧନଖଡ ଲେଖିଛନ୍ତି, ମଧ୍ୟରାତ୍ର ପରେ ଅଧିବେଶନର ସମୟ ନିର୍ଦ୍ଧାରଣ ଅଜବ ଥିଲା। ଆଜି ଅପରାହ୍ନରେ ମୁଖ୍ୟ ସଚିବଙ୍କୁ ତତ୍କାଳ ପରାମର୍ଶ ପାଇଁ ଡକାଯାଇ ସଂଶୋଧନ ଉଦ୍ୟମ କରାଯାଇଥିଲା। ଏହା ସାଧାରଣ ଅନୁପାଳନ ବିଫଳତା ଥିଲା। କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଵୀକାର କରି ଏହି ସମୟ ନିର୍ଦ୍ଧାରଣ କରାଯାଇଥିଲା।