Breaking PLUSଓଡ଼ିଶାମୁଖ୍ୟ ଖବର
ଆସନ୍ତା ୭ରୁ ଖୋଲିବ ଭୁବନେଶ୍ବର ଏମ୍ସର ଓପିଡି
କୋଭିଡ଼ ସ୍ଥିତିରେ ସୁଧାର ପରେ ନିଷ୍ପତ୍ତି

ଆସନ୍ତା ଫେବୃଆରି ୭ରୁ ଖୋଲିବ ଭୁବନେଶ୍ବର ଏମ୍ସର ଓପିଡି। କୋଭିଡ୍ ସ୍ଥିତିରେ ଆସିଥିବା ସୁଧାରକୁ ଦେଖି ରୋଗୀସେବାକୁ ପ୍ରାଧାନ୍ୟ ଦେଇ ଏମ୍ ସ ପକ୍ଷରୁ ଓପିଡି ଖୋଲିବାକୁ ନିଷ୍ପତି ହୋଇଥିବା କର୍ତ୍ତୃପକ୍ଷ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ସମସ୍ତ ବିଭାଗଗୁଡ଼ିକ କୋଭିଡ୍ ପ୍ରତିଷେଧକ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ରହିଥିବା କାର୍ଯ୍ୟସୂଚୀ ଅନୁସାରେ ସୋମବାରଠାରୁ ଦୈନିକ ଓପିଡି କାର୍ଯ୍ୟକାରୀ ହେବ ।
ନୂତନ ଆଡମିଶନ ମାମଲାଙ୍କ ପାଇଁ ପ୍ରତ୍ୟେକ ୱାର୍ଡରେ ୪ରୁ ୫ ଲେଖାଏଁ ଶଯ୍ୟା ମହଜୁଦ୍ ରଖିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ରୋଗୀମାନଙ୍କର ନିୟମିତ ଯାଞ୍ଚ୍ ଆଦି ସେବା ନିମନ୍ତେ ଏମ୍ ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍ ଏବଂ ଟେଲିମେଡିସିନ୍ ବ୍ୟବସ୍ଥା ଜାରି ରହିବ ବୋଲି ଅଧୀକ୍ଷକ ସୂଚନା ଦେଇଛନ୍ତି। ସମସ୍ତ ଆଇପିଡି ଆଡମିଶନ ଏବଂ ଓଟି ଗୁଡିକ ପୂର୍ବ ପରି କାର୍ଯ୍ୟ କରିବ। କୋଭିଡ୍ ଲେବର ରୁମ୍ ଆହୁରି ସପ୍ତାହେ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି କୁହାଯାଇଛି।