Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ଶେଷ ୨୪ଘଣ୍ଟାରେ ସୁସ୍ଥ ହେଲେ ୩୨୨୦ କରୋନା ଆକ୍ରାନ୍ତ
ସୁନ୍ଦରଗଡରୁ ସର୍ବାଧିକ ଡିସଚାର୍ଜ

ରାଜ୍ୟରେ ଗୋଟିଏ ପଟେ ଦୈନିକ କୋଭିଡ୍ ସଂକ୍ରମଣ ୧୦ ହଜାର ପାର୍ କରିଥିବା ବେଳେ ଦୀର୍ଘ ଦିନ ପରେ ସୁସ୍ଥ ହାର ମଧ୍ୟ ବଢିଛି। ଶନିବାର ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୩୨୨୦ ଜଣ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୫୫ ହଜାର ୬୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଧରଗଡରୁ ସର୍ବାଧିକ ୭୬୨ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୬୦୪ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି କଟକରୁ ୩୪୬ ଜଣ, ସମ୍ବଲପୁରରୁ ୩୭୨ ଜଣ, ଝାରସୁଗୁଡାରୁ ୨୫୪ ଜଣ, ନବରଙ୍ଗପୁରରୁ ୧୬୯ଜଣ, ମୟୁରଭଞ୍ଜରୁ ୧୧୩ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକରେ ସୁସ୍ଥ ହାର ଶହେ ତଳେ ରହିଛି ।