Breaking PLUSବଲିଉଡମନୋରଞ୍ଜନସେଲିବ୍ରିଟି

ପୁଣି ଘୁଞ୍ଚିଲା ରଣବୀର-ଆଲିଆଙ୍କ ବିବାହ

ବଲିଉଡର ଚର୍ଚ୍ଚିତ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି । ରିପୋର୍ଟ ମୁତାବକ ଏବେ ଏହାକୁ ଡିସେମ୍ବର ୨୦୨୨କୁ ଘୁଞ୍ଚାଇ ଦିଆଯାଇଛି । ପ୍ରଥମେ ଏହି ଯୋଡି ଡିସେମ୍ବର ୨୦୨୧ରେ ବିବାହ କରିବେ ବୋଲି ସ୍ଥିର ହୋଇଥିଲା । ଏହା ପରେ ସେପ୍ଟେମ୍ବର ୨୦୨୧କୁ ଘୁଞ୍ଚା ଯାଇଥିଲା ।

ଉଭୟଙ୍କ ପାଖରେ ଏବେ ଅନେକ କାମ ଥିବାରୁ ସେମାନଙ୍କ ନିକଟରେ ସମୟର ଅଭାବ ରହିଛି । କରୋନା ମହାମାରୀ ଯୋଗୁ ଅନେକଗୁଡିଏ ପ୍ରୋଜେକ୍ଟ ଅଟକି ରହିଥିଲା । ଏବେ ଏହାକୁ ସାରିବା ପାଇଁ ଉଭୟ ବ୍ୟସ୍ତ ରହୁଛନ୍ତି । ବାହାଘର ପୂର୍ବରୁ କୌଣସି ଚାପ ମୁଣ୍ଡରେ ରଖିବାକୁ ରଣବୀର ଚାହୁଁ ନାହାନ୍ତି । ଯଦି କରୋନା ନ ଆସିଥାନ୍ତା ତାହା ହେଲେ ଆମେ ୨୦୨୦ରୁ ବିବାହ କରି ସାରିଥାନ୍ତୁ ବୋଲି ସେ କହିଛନ୍ତି ।

Show More

Related Articles

Back to top button