ମୁଖ୍ୟ ଖବରସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ମେଥିର ଉପକାରିତା ସମ୍ବନ୍ଧୀୟ କିଛି ତଥ୍ୟ…

ଆପଣଙ୍କ ରୋଷେଇ ଘରେ ଏପରି ଅନେକ କିଛି ଜିନିଷ ଥାଏ ଯେଉଁଥିରେ କି ଭରି ରହିଥାଏ ଅନେକ ଔଷଧୀୟ ଗୁଣ, ଯାହା ଆପଣଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ସେଥି ମଧ୍ୟରେ ମେଥି ଦାନା ଅନ୍ୟତମ । ମେଥି ଦାନା ନିୟମିତ ଖାଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା କମିଯାଏ । ଏହା ଓଜନ ହ୍ରାସ କରିବାରେ ବିଶେଷ ଭାବରେ ସାହାଯ୍ୟ କରିଥାଏ  ।

ପୁଷ୍ଟିକର ତତ୍ତ୍ୱରେ ପରିପୂର୍ଣ୍ଣ ମେଥି ଦାନାରେ ଫାଇବର, ଭିଟାମିନ୍ ଏ ଏବଂ ଭିଟାମିନ୍ ଡି ଭରପୂର ରହିଥାଏ । ମେଥିରେ ପର୍ଯ୍ୟାପ୍ତ ପରିମାଣର ଫାଇବର ରହିଥାଏ । ଏହା ହଜମକୁ ଉନ୍ନତ କରିଥାଏ ଏବଂ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ବଲ୍ଡ ସୁଗାର ଲେବଲ୍ ନିୟନ୍ତ୍ରିତ ହୋଇଥାଏ । ତେବେ ଜାଣନ୍ତୁ କେଉଁ ଉପାୟରେ ମେଥି ଖାଇବା ଦ୍ୱାରା ଆପଣଙ୍କୁ ଅଧିକ ଲାଭ ମିଳିଥାଏ ।

ମେଥି ଦାନା ଏବଂ ମହୁ:

 

ମେଥି ଏବଂ ମହୁ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ମହୁକୁ ଇମ୍ୟୁନିଟି ବୁଷ୍ଟର ଭାବରେ ବିବେଚନା କରାଯାଏ । ଏହା ଶରୀରରେ ଥିବା ପ୍ରଦାହକୁ ଦୂର କରିଥାଏ । ଏହା କ୍ୟାଲୋରୀ କମ୍ ହୋଇଥାଏ, ଯାହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ । ମେଥିକୁ ଗ୍ରାଇଣ୍ଡ କରି ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଏବଂ ଏକ ଚାମଚ ମହୁ ମିଶାଇ ଏହାକୁ ଖାଆନ୍ତୁ ।

ଗଜା ହୋଇଥିବା ମେଥି:

 

ଗଜା ହୋଇଥିବା ମେଥି ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଏକ ଷ୍ଟଡି ଅନୁଯାୟୀ ଗଜା ମେଥିରେ ପୋଷକ ତତ୍ତ୍ୱ ଅଧିକ ରହିଥାଏ । ଏହା ସହଜରେ ହଜମ ହୋଇଯାଏ । ପ୍ରତିଦିନ ସକାଳେ ଖାଲି ପେଟରେ ଏହାକୁ ଭୋଜନ କରନ୍ତୁ ।

ମେଥି ପାଣି:

ଓଜନ କମାଇବା ପାଇଁ ସକାଳେ ଖାଲି ପେଟରେ ମେଥି ପାଣି ପିଇ ପାରିବେ। ଏଥି ପାଇଁ ଏକ ଚାମଚ ମେଥିକୁ ରାତିରେ ପାଣିରେ ଭିଜାନ୍ତୁ। ସକାଳେ ଏହାକୁ ଛାଣି ତାହାର ପାଣିକୁ ପିଅନ୍ତୁ ।

Show More

Related Articles

Back to top button