Breaking PLUSଓଡ଼ିଶାଶିକ୍ଷା

ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।ହେଲେ ନୂଆବର୍ଷ ସୁଦ୍ଧା ସବୁ ଶ୍ରେଣୀ ଖୋଲିପାରେ ବୋଲି ଆଶାବାଦୀ ଥିବା କହିଛନ୍ତି ମନ୍ତ୍ରୀ । “ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲାଯିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ ସମ୍ବଲପୁର ଗସ୍ତବେଳେ କହିଛନ୍ତି ।

 

ସେ କହିଥିଲେ ଯେ ଅଷ୍ଟମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଜାରି ରହିଛି । ଦୀପାବଳି ପରେ ଯେକୌଣସି ମୁହୂର୍ତ୍ତରେ ସ୍କୁଲ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି ଆମେ ଆଶା କରୁଛୁ । ଏବେ ଶିକ୍ଷକ ନିଯୁକ୍ତି ପ୍ରକିୟା ଚାଲିଛି । ଡିସେମ୍ବର ପୂର୍ବରୁ ୧୬ ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ।

Show More

Related Articles

Back to top button