
ନନ୍ଦନକାନନରେ ବନ୍ଦ ହେଲା ଟୟ ଟ୍ରେନ । ୮ ଦିନ ବି ଚାଲିପାରିଲା ନାହିଁ ଟୟ ଟ୍ରେନ୍ । ଇଂଜିନରେ ନିଆଁ ଲାଗିବା ପରେ ନନ୍ଦନକାନନରେ ଟୟ ଟ୍ରେନକୁ ବନ୍ଦ କରିଦିଆଯାଇଛି । ଟୟ ଟ୍ରେନରେ ଯାନ୍ତ୍ରିକସମସ୍ୟା କାରଣରୁ ଏହା ବନ୍ଦ ଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜିତ କୁମାର ସୂଚନା ଦେଇଛନ୍ତି ।
ଗତକାଲି ଟୟଟ୍ରେନରେ ଯାତ୍ରା ସମୟରେ ଇଂଜିନରେ ନିଆଁ ଲାଗି ଯାଇଥିଲା । ଅଳ୍ପକେ ବର୍ତିଥିଲେ ପର୍ଯ୍ୟଟକ । ସେଥିପାଇଁ ଟୟଟ୍ରେନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିବା କୁହାଯାଇଛି । ନନ୍ଦନକାନନରେ ଟୟ ଟ୍ରେନ ଚଳାଚଳ ଦାୟିତ୍ୱରେ ଥିବା ରାଇଟସ ସଂସ୍ଥା ଇଂଜିନିୟର ଏହାର ଯାଞ୍ଚ କରିବେ ବୋଲି କୁହାଯାଇଛି ।