ପେଗାସସ୍ ଗୁଇନ୍ଦାଗିରିର ତଦନ୍ତ ପାଇଁ କମିଟି ଗଠନ କରିବେ ସୁପ୍ରିମକୋର୍ଟ
ପେଗାସସ୍ ଗୁଇନ୍ଦାଗିରି ଘଟଣାରେ କେନ୍ଦ୍ର ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ଦେଶର ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ପେଗାସସ୍ ସ୍ପାଇୱେୟାର ଦ୍ୱାରା ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏହାର ତଦନ୍ତ ପାଇଁ ଗୋଟିଏ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି। ଏହି ଘଟଣାରେ ବିସ୍ତୃତ ନିର୍ଦ୍ଦେଶନାମା ଆସନ୍ତା ସପ୍ତାହରେ ପ୍ରକାଶ ପାଇବ।

ଓପନ କୋର୍ଟରେ ସିଜେଆଇ ଜଷ୍ଟିସ ରମନ୍ନା ବରିଷ୍ଠ ଆଇନଜୀବୀ ସିୟୁ ସିଂହଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ପେଗାସସ୍ ଗୁଇନ୍ଦାଗିରି ଘଟଣାର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରିବାକୁ ଚାହୁଁଛନ୍ତି। ଚଳିତ ସପ୍ତାହରେ ଏ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରିବାକୁ ଲକ୍ଷ୍ୟ ରଖିଥିଲେ। ବିଶେଷଜ୍ଞ କମିଟିରେ ସାମିଲ ହୋଇ ତଦନ୍ତ କରିବାକୁ ଥିବା ଲୋକଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଯୋଗାଯୋଗ କରାଯାଇଥିଲା।
ସେମାନଙ୍କ ମଧ୍ୟରୁ କିଛି ସଦସ୍ୟ ଚଳିତ ସପ୍ତାହରେ ତଦନ୍ତରେ ସାମିଲ ହୋଇପାରିବେ ନାହିଁ। ଆମେ ସେମାନଙ୍କୁ ଯୋଗାଯୋଗ କରିଥିଲୁ। ହେଲେ ବ୍ୟକ୍ତିଗତ କାରଣରୁ ସେମାନେ ଅନୁପସ୍ଥିତ ରହିବେ ବୋଲି କହିଛନ୍ତି। ତେଣୁ ଆସନ୍ତା ସପ୍ତାହରେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ସିଜେଆଇ ଶୁଣାଣି ବେଳେ କହିଛନ୍ତି।
ଜଷ୍ଟିସ ରମନ୍ନା କହିଛନ୍ତି, “ଆମେ ଆସନ୍ତା ସପ୍ତାହ ସୁଦ୍ଧା ତଦନ୍ତ ପାଇଁ ଗଠନ ହେବାକୁ ଥିବା ବୈଷୟିକ ବିଶେଷଜ୍ଞ କମିଟି ସଦସ୍ୟଙ୍କ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ଏହାପରେ ବିସ୍ତୃତ ରାୟ ପ୍ରକାଶ ପାଇବ।”