Breaking PLUSଓଡ଼ିଶାମୁଖ୍ୟ ଖବର

ବୁଧବାର ଦିନ ରାଜ୍ୟରେ ରେକର୍ଡ ୪ଲକ୍ଷ ୫ହଜାର ଲୋକଙ୍କୁ ଟିକାକରଣ

ରାଜ୍ୟରେ କରୋନା ବିରୋଧୀ ଲଢେଇକୁ ଜୋରଦାର କରାଯାଇଛି । ଲଗାତର ଭାବେ ଟିକାଦାନ କ୍ଷମତାକୁ ବୃଦ୍ଧି କରାଯାଉଛି । ଏହିପ୍ରରିପେକ୍ଷୀରେ ବୁଧବାର ଦିନ ୪ଲକ୍ଷ ୫ହଜାର ଡୋଜ ଦିଆହୋଇଛି। ଦ୍ଵିତୀୟ ଡୋଜଜୁ ମିଶାଇଲେ ୨ କୋଟି ୮୭ ଲକ୍ଷ ଡୋଜ ଦିଆସରିଛି। ସେଥିରୁ ୨ କୋଟି ୧୦ଲକ୍ଷ ପ୍ରଥମ ଡୋଜ ଓ ୭୭ ଲକ୍ଷ ଦ୍ଵିତୀୟ ଡୋଜ ଦିଆହୋଇଛି।

ରାଜ୍ୟରେ କରୋନା ବିରୋଧୀ ଲଢେଇକୁ ଜୋରଦାର କରାଯାଇଛି । ଲଗାତର ଭାବେ ଟିକାଦାନ କ୍ଷମତାକୁ ବୃଦ୍ଧି କରାଯାଉଛି । ଏହିପ୍ରରିପେକ୍ଷୀରେ ବୁଧବାର ଦିନ ୪ଲକ୍ଷ ୫ହଜାର ଡୋଜ ଦିଆହୋଇଛି। ଦ୍ଵିତୀୟ ଡୋଜଜୁ ମିଶାଇଲେ ୨ କୋଟି ୮୭ ଲକ୍ଷ ଡୋଜ ଦିଆସରିଛି। ସେଥିରୁ ୨ କୋଟି ୧୦ଲକ୍ଷ ପ୍ରଥମ ଡୋଜ ଓ ୭୭ ଲକ୍ଷ ଦ୍ଵିତୀୟ ଡୋଜ ଦିଆହୋଇଛି। ୬୭ ପ୍ରତିଶତ ଲୋକ ପ୍ରଥମ ଡୋଜ ପାଇଛନ୍ତି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତିକି ଟୀକାକରଣ ବାକି ଅଛି, ସେଥିରୁ ୭୨ ପ୍ରତିଶତ ଦ୍ଵିତୀୟ ଡୋଜ ପାଇସାରିଲେଣି। ଯିଏ ପାଇଁ ନାହାନ୍ତି, ସେମାନଙ୍କ ଜିଲ୍ଲାସ୍ତରୀୟ ତାଲିକା କରାଯାଇଛି। ସମ୍ମୁଖ ଯୋଦ୍ଧାମାନେ ସେମାନଙ୍କୁ ଟୀକାକରଣ କେନ୍ଦ୍ରକୁ ଆଣିବ। ଆଜି ୧୮୦୦ ଟୀକାକରଣ ସେସନ ଚାଲିଛି। ଆଜି ୪ ଲକ୍ଷରୁ ଅଧିକ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଟୀକା ବି ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି। କେବଳ ଆଦିବାସୀ ଅଞ୍ଚଳ ନୁହେଁ, ଅନେକ ଅଞ୍ଚଳକୁ ନେଇ ଗୋଟିଏ କଥା ଦେଖାଦେଇଛି। ଯେହେତୁ ପ୍ରଥମରୁ ଦ୍ଵିତୀୟ ଡୋଜ ୩ ମାସ ସମୟ ରହୁଛି, ସେମାନେ ଅନ୍ୟ କାମରେ ବ୍ୟସ୍ତ ରହି ଟୀକା ନେବାକୁ ଭୁଲି ଯାଉଛନ୍ତି। ସେମାନଙ୍କୁ ଟୀକା ନେବା ପାଇଁ SMS ପଠାଯାଉଛି। ବାକି ଥିବା ୨୮ ପ୍ରତିଶତଙ୍କ ପାଖକୁ ତାଲିକା ଅନୁସାରେ ସମ୍ମୁଖଯୋଦ୍ଧା ଯାଇ ଟୀକାକରଣ କେନ୍ଦ୍ରକୁ ଆଣିବେ।

Show More

Related Articles

Back to top button