Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ବିଦ୍ୟୁତ୍ ବିଭାଗର ଏସଡିଓ ମହେଶ୍ୱର ସେଠୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଦ୍ୟୁତ୍ ବିଭାଗର ଏସଡିଓ ମହେଶ୍ୱର ସେଠୀଙ୍କ କେନ୍ଦୁଝର ସ୍ଥିତ ବାସଭବନ ସମେତ ଚାରିଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଚାଲିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଭିଜିଲାନ୍ସର ଚାରିଟି ଟିମ୍ ଏକକାଳୀନ ମହେଶ୍ୱରଙ୍କ କେନ୍ଦୁଝର ସ୍ଥିତ ବାସଭବନ, କାର୍ଯ୍ୟାଳୟ, ଘଟଗାଁ ଓ ତାଙ୍କର ପୈତୃକ ଘର ଆଦି ୪ଟି ସ୍ଥାନରେ ଚଢାଉ ଆରମ୍ଭ କରିଛି।

ତାଙ୍କ ନାଆଁରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ହୋଇଥିଲା ବୋଲି କୁହାଯାଉଛି। ତେବେ ସଂପତ୍ତିର ମୂଲ୍ୟ କେତେ ହେବ, ତାର ଆକଳନ ଆରମ୍ଭ ହୋଇଛି। ତେବେ ଏନେଇ ଭିଜିଲାନ୍ସ ପକ୍ଷରୁ ବିଶେଷ ସୂଚନା ମିଳିନାହିଁ।

Show More

Related Articles

Back to top button