Breaking PLUSଓଡ଼ିଶାମୁଖ୍ୟ ଖବର

ଉପର ମୁଣ୍ଡରେ ପ୍ରବଳ ବର୍ଷା, ଖୋଲିବ ହୀରାକୁଦର ୬ଟି ଗେଟ୍

ଲଘୁଚାପ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢ଼ିଥିବା ବେଳେ ମହନଦୀର ଜଳସ୍ତର ମଧ୍ୟ ବଢ଼ିଛି। ଏହା ସହିତ ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଜଳସ୍ତର ବଢ଼ିଛି। ହୀରାକୁଦ ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଆଜି ସକାଳ ୯ଟା ସୁଦ୍ଧା ଏହା ୬୨୬.୨୭ ଫୁଟ୍ ରହିଥିଲା।

ଲଘୁଚାପ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢ଼ିଥିବା ବେଳେ ମହନଦୀର ଜଳସ୍ତର ମଧ୍ୟ ବଢ଼ିଛି। ଏହା ସହିତ ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଜଳସ୍ତର ବଢ଼ିଛି। ହୀରାକୁଦ ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଆଜି ସକାଳ ୯ଟା ସୁଦ୍ଧା ଏହା ୬୨୬.୨୭ ଫୁଟ୍ ରହିଥିଲା। ଫଳରେ ସ୍ଥିତିକୁ ଅନୁଧ୍ୟାନ କରି ଡ୍ୟାମ୍ କର୍ତ୍ତୃପକ୍ଷ ଆଜି ଅପରାହ୍ଣ ୫ଟାରେ ୬ଟି ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ହୀରାକୁଦ ଡ୍ୟାମ୍‌ର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ହୀରାକୁଦ ବନ୍ଧର ଉପରମୁଣ୍ଡରେ ୪୬.୪୬ ମିଲିମିଟର ବର୍ଷା ହୋଇଥିବା ବେଳେ ତଳମୁଣ୍ଡରେ ୧୨୨.୯୪ ମିଲିମିଟର ବର୍ଷା ହୋଇଛି। ଏବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧.୯୨ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ତଳ ମୁଣ୍ଡ ଓ ଉପରମୁଣ୍ଡରେ ସ୍ଥିତିକୁ ବିଚାରକୁ ନେଇ ଅପରାହ୍ଣ ୫ଟାରୁ ପର୍ଯ୍ୟାୟ କ୍ରମେ ଡ୍ୟାମ୍‌ର ୬ଟି ଗେଟ୍ ଖୋଲିବାକୁ ଆମେ ନିଷ୍ପତ୍ତି ନେଇଛୁ। ସେହିଭଳି ଆସନ୍ତାକାଲି ସ୍ଥିତିକୁ ଦେଖି ଗେଟ୍ ଖୋଲା ଯିବ।

ସେ ଆହୁରି କହିଛନ୍ତି ଯେ ହୀରାକୁଦ ଡ୍ୟାମ୍‌ରୁ ଗେଟ୍ ଖୋଲିଲେ ତଳମୁଣ୍ଡରେ ବନ୍ୟା ସ୍ଥିତି ସୃଷ୍ଟି ହେବ ନାହିଁ। କାରଣ ମାତ୍ର ୧ ଲକ୍ଷ କ୍ୟୁସେକ ଜଳ ଛଡ଼ାଯିବ।

ସେହିପରି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ମହାନଦୀରେ ବନ୍ୟା ସମ୍ଭାବନା ନାହିଁ। ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ୨ଟି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ତଳ ମୁଣ୍ଡରେ ଖଇରମାଳ ଓ ବରମୂଳରେ ଅତି ପ୍ରବଳ ବର୍ଷା ହୋଇଛି। ସଂଧ୍ୟା ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ୬ଟି ଗେଟ୍ ଖୋଲାଯାଇ ପ୍ରାୟ ୧ ଲକ୍ଷ କ୍ୟୁସେକ୍‌ ଜଳ ଛଡ଼ାଯିବ।

ସେ କହିଛନ୍ତି, ବ୍ରାହ୍ମଣୀ ଓ ବୈତରଣୀ ଆଦି ନଦୀରେ ବି ବନ୍ୟା ସମ୍ଭାବନା ନାହିଁ। ବ୍ରାହ୍ମଣୀର ଉପର ମୁଣ୍ଡରେ ବର୍ଷା ନାହିଁ। ତଳ ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ବୈତରଣୀରେ କେନ୍ଦୁଝର, ଆନନ୍ଦପୁର ଓ ଆଖୁଆପଦରେ ପ୍ରବଳ ବର୍ଷା ହୋଇଛି। ବୈତରଣୀରେ କେବଳ ଆଖୁଆପଦା ଠାରେ ବିପଦ ସଂକେତ ଟପିଛି। ଆଉ ଅନ୍ୟ କୌଣସି ନଦୀରେ ଜଳ ବିପଦ ସଂକେତ ଟପିନି।

Show More

Related Articles

Back to top button