Breaking PLUSଦେଶ ବିଦେଶମୁଖ୍ୟ ଖବର

ଭୂକମ୍ପର ଝଟକାରେ ଥରିଲା ଉତ୍ତରାଖଣ୍ଡ ମାଟି

ରିକ୍ଟର ସ୍କେଲରେ ତୀବ୍ରତା ୪.୬

ଆଜି ସକାଳେ ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ ହୋଇଛି । ଜାଶିମାଠ ଠାରୁ ୩୧ କିଲୋମିଟର ଦୂରରେ ସକାଳେ ଘଟିଥିବା ଭୂକମ୍ପର କମ୍ପନ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ଭୂକମ୍ପ ଯୋଗୁଁ କୌଣସି ସ୍ଥାନରେ କ୍ଷୟକ୍ଷତିର ଖବର ନାହିଁ । କୁହାଯାଉଛି ଯେ ଭୂକମ୍ପର ତୀବ୍ରତା ବହୁତ ଶକ୍ତିଶାଳୀ ଥିଲା ।

 

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା । ସକାଳ ୦୫.୫୮ରେ ଉତ୍ତରାଖଣ୍ଡର ଜାଶିମାଠର ୩୧ କିଲୋମିଟର ପଶ୍ଚିମ ଦକ୍ଷିଣରେ ରିଚର୍ ସ୍କେଲରେ ୪.୬ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି ।

Show More

Related Articles

Back to top button