
ପାଣିପାଗ ବିଭାଗ କହିଛି, ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି । ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ବୁଧବାରଠାରୁ ବର୍ଷା ପରିମାଣ ହ୍ରାସ ପାଇବ । ତେବେ ଆସନ୍ତା ୧୧ ତାରିଖବେଳକୁ ଆଉ ଏକ ଲଘୁଚାପ ହୋଇପାରେ ।
ଲଘୁଚାପ ପ୍ରଭାବରେ ସୋମବାର ସକାଳ ୮ଟା୩୦ରୁ ଅପରାହ୍ନ ସାଢ଼େ ୫ଟା ଭିତରେ ଭବାନୀପାଟଣାରେ ୬୦ ମିଲିମିଟର, ଛତ୍ରପୁରରେ ୪୨ ମିମି, ତାଳଚେରରେ ୪୦ ମିମି, ଗୋପାଳପୁରରେ ୪୦ ମିମି, ଦାରିଙ୍ଗିବାଡ଼ିରେ ୨୦ ମିମି, ପାରଳାଖେମୁଣ୍ଡିରେ ୨୦ ମିମି ବର୍ଷା ହୋଇଛି । କଟକ, ଭୁବନେଶ୍ୱର ସମେତ ଅନେକ ଜାଗାରେ ବର୍ଷା ହୋଇଛି ।