Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆଫ୍‌ଗାନିସ୍ତାନରେ ନୂଆ ସରକାର!

ଆଜିଠୁ ତାଲିବାନ ରାଜ!

ଆଉ କିଛି ସମୟପରେ ଆଫ୍‌ଗାନିସ୍ତାନରେ ନୂଆ ସରକାର ଗଠନ କରିପାରେ ତାଲିବାନ। ନିଜ ଦେଶ ତଥା ଆନ୍ତର୍ଜାତୀୟ ସମୁଦାୟରୁ ଘନଘନ ଚାପ ସୃଷ୍ଟି ହେଉଥିବା ବେଳେ ଆଫଗାନିସ୍ତାନରେ ନୂତନ ସରକାର ଗଠନକୁ ଗୋଟିଏ ଦିନ ବିଳମ୍ବ କରିଛି ବୋଲି ତାଲିବାନ ମୁଖପାତ୍ର କହିଛନ୍ତି।

ଏହି ନୂତନ ଦଳର ସହ-ପ୍ରତିଷ୍ଠାତା ମୁଲ୍ଲାହ୍‌ ଅବଦୁଲ ଘନି ବାରଦର ନୂଆ ସରକାରର ନେତୃତ୍ୱ ନେବେ ବୋଲି ଜଣାପଡିଛି । ତାଲିବାନର ମୁଖ୍ୟ ମୁଲ୍ଲାହ୍‌ ମହମ୍ମଦ ଓମାରଙ୍କ ପୁଅ ମୁଲ୍ଲାହ୍‌ ମହମ୍ମଦ ୟାକୁବ ଏବଂ ଶେର୍‌ ମହମ୍ମଦ ଅବ୍ବାସ ଷ୍ଟାନିକଜାଇ ଏବଂ ଅନ୍ୟ ଦୁଇ ବରିଷ୍ଠ ତାଲିବାନ ନେତାଙ୍କୁ ବରିଷ୍ଠ ପଦରେ ନିଯୁକ୍ତ କରାଯିବ । ତାଲିବାନର ମୁଖ୍ୟ ମୁଲ୍ଲାହ୍‌ ହିବତୁଲ୍ଲା ଅଖଣ୍ଡଜଡା ଇସଲାମିକ ଢାଞ୍ଚାରେ ଧାର୍ମିକ ପ୍ରସଙ୍ଗ ଏବଂ ଶାସନ ଉପରେ ଧ୍ୟାନ ଦେବେ ।

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଶନିବାର ଦିନ ସରକାର ଗଠନ ହେବ। ଏହା ପୂର୍ବରୁ ଶୁକ୍ରବାର ସରକାର ଘୋଷଣା କରାଯିବ ବୋଲି ଦାବି କରାଯାଇଥିଲା। । ଯେଉଁଥିରେ ଅନ୍ତର୍ଜାତୀୟ ଚାପ ଯୋଗୁ ବିଳମ୍ବ ଘଟିଛି ।

Show More

Related Articles

Back to top button