
ଅଡୁଆରେ ଅଭିନେତା ବବି ମିଶ୍ର । ଗାଡି ପାର୍କିଂକୁ ନେଇ ପଡୋଶୀଙ୍କ ସହିତ କଳହ । ନୟାପଲ୍ଲୀ ଥାନାକୁ ଡାକି ତାଙ୍କୁ ପଚରାଉଚରା କରିଛି ପୁଲିସ୍ । ସାମାନ୍ୟ ଘଟଣାକୁ କେନ୍ଦ୍ର କରି କଥା ଏତେ ବାଟ ଲମ୍ବି ଯାଇଛି ବୋଲି ଜଣାପଡ଼ିଛି । ବବିଙ୍କ ସହ ପୁଲିସ୍ ତାଙ୍କ ପଡ଼ୋଶୀଙ୍କୁ ମଧ୍ୟ ଥାନାକୁ ଡାକି ପଚରାଉଚରା କରୁଛି । ସେ ଅଭିଯୋଗ କରିଛନ୍ତି ଯେ ଗାଡି ପାର୍କିଂକୁ ନେଇ ବବି ମିଶ୍ର ତାଙ୍କୁ ଧମକ ଦେଇଥିଲେ । ଅନ୍ୟପକ୍ଷରେ ପଡ଼ୋଶୀଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଅଭିନେତା ବବି ମିଶ୍ର। ସେ କହିଛନ୍ତି ଯେ ତାଙ୍କ ନାଁରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ । ତାଙ୍କ ପାଖରେ ବନ୍ଧୁକ ନାହିଁ କି ସେ କୌଣସି ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ ତାଙ୍କ ପଡ଼ୋଶୀଙ୍କୁ ଧମକ ଦେଇ ନାହାନ୍ତି।