Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ

୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନୂଆପଡ଼ା ଜିଲା ଖଡ଼ିଆଳ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଜନ କୁମାର ସାହୁ। ନିଜ ସହକର୍ମୀ ଟିଜିଟି ଶିକ୍ଷକଙ୍କ ସର୍ଭିସ୍‌ ବୁକ୍‌ ଅପଡେଟ୍‌ ଏବଂ ବେତନରେ ବାର୍ଷିକ ବୃଦ୍ଧି ମଞ୍ଜୁର କରିବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏହାସହିତ ତାଙ୍କ ନିକଟରୁ ଲାଞ୍ଚ ଟଙ୍କାକୁ ଜବତ କରାଯାଇଛି।

ସୂଚନାଯୋଗ୍ୟ, ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ବିଦ୍ୟାଳୟର ଟିଜିଟି ଶିକ୍ଷକ ରାମକୃଷ୍ଣ ପ୍ରଧାନ ଏରିୟର ଇନକ୍ରିମେଣ୍ଟ ବାହାର କରିବା ପାଇଁ ଅନୁରୋଧ କରିଥିଲେ। ମାତ୍ର ଏଥିପାଇଁ ୪୦୦୦ ଟଙ୍କା ଦେବାକୁ ଅଧ୍ୟକ୍ଷ କହିଥିଲେ। ଏନେଇ ରାମକୃଷ୍ଣ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ରାମକୃଷ୍ଣ ଅଧ୍ୟକ୍ଷଙ୍କୁ ତାଙ୍କ ଅଫିସ୍‌ ଚାମ୍ବରରେ କେମିକାଲ ବୋଳା ୪ ହଜାର ଟଙ୍କା ଦେଇଥିଲେ। ଉକ୍ତ ସମୟରେ ଛପି ରହିଥିବା କୋରାପୁଟ ଭିଜିଲାନ୍ସ ଟିମ୍‌ ଅଧ୍ୟକ୍ଷଙ୍କୁ କାବୁ କରିବା ସହ କେମିକାଲ ବୋଳା ନୋଟ୍‌ ଜବତ କରିଛନ୍ତି। ଏଥିସହ ଅନୁଗୁଳରେ ଥିବା ତାଙ୍କ ବାସଭବନ ଓ ବାଦୀ ସ୍ଥିତ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।

Show More

Related Articles

Back to top button