ଜଳ ଜୀବନ ମିଶନରେ ଓଡିଶାକୁ ୩,୩୨୩ କୋଟି ଅନୁଦାନ ପ୍ରଦାନ କଲା କେନ୍ଦ୍ର
ପ୍ରତ୍ୟେକ ପରିବାର ବିଶେଷ କରି ମହିଳା ଏବଂ ଶିଶୁଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସ୍ୱଚ୍ଛ ଟ୍ୟାପ୍ ଜଳ ଯୋଗାଇଦେବା ପାଇଁ ୨୦୨୧-୨୨ ମସିହାରେ ଜଳ ଜୀବନ ମିଶନ୍ ଅଧୀନରେ ଓଡିଶାକୁ ଦିଆଯାଇଥିବା ଅନୁଦାନକୁ ୩,୩୨୩.୪୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହାକି ୨୦୨୦-୨୧ ରେ ୮୧୨.୧୫ କୋଟି ଥିଲା। ବର୍ତ୍ତମାନ ଏହାକୁ ୪ ଗୁଣା ବୃଦ୍ଧି କରାଯାଇଥିବା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସୂଚନା ଦେଇଛନ୍ତି।

ପ୍ରତ୍ୟେକ ପରିବାର ବିଶେଷ କରି ମହିଳା ଏବଂ ଶିଶୁଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସ୍ୱଚ୍ଛ ଟ୍ୟାପ୍ ଜଳ ଯୋଗାଇଦେବା ପାଇଁ ୨୦୨୧-୨୨ ମସିହାରେ ଜଳ ଜୀବନ ମିଶନ୍ ଅଧୀନରେ ଓଡିଶାକୁ ଦିଆଯାଇଥିବା ଅନୁଦାନକୁ ୩,୩୨୩.୪୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହାକି ୨୦୨୦-୨୧ ରେ ୮୧୨.୧୫ କୋଟି ଥିଲା। ବର୍ତ୍ତମାନ ଏହାକୁ ୪ ଗୁଣା ବୃଦ୍ଧି କରାଯାଇଥିବା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସୂଚନା ଦେଇଛନ୍ତି। ଏଥିସହ ମାର୍ଚ୍ଚ ୨୦୨୪ ସୁଦ୍ଧା ପ୍ରତ୍ୟେକ ଗ୍ରାମାଞ୍ଚଳରେ ଟ୍ୟାପ୍ ଜଳ ଯୋଗାଣ ପାଇଁ ରାଜ୍ୟକୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବାକୁ ନିଶ୍ଚିତ କରିଛନ୍ତି। ୨୦୧୯ରେ ମିଶନ୍ ଆରମ୍ଭ ହେବା ସମୟରେ ଦେଶର ମୋଟ ୧୮.୯୩ କୋଟି ଗ୍ରାମୀଣ ପରିବାର ମଧ୍ୟରୁ କେବଳ ୩.୨୩ କୋଟି (୧୭%) ଟ୍ୟାପ୍ ଜଳ ସଂଯୋଗ ଥିଲା। ଗତ ୨୨ ମାସ ମଧ୍ୟରେ, କୋଭିଡ୍ -୧୯ ମହାମାରୀ ସମୟରେ ଦେଶରେ ତାଲାବନ୍ଦ ସତ୍ତେ୍ୱ ଜଳ ଜୀବନ ମିଶନ୍ କାର୍ଯ୍ୟକାରୀ ହୋଇଛି ଏବଂ ୪.୫ କୋଟି ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ଦିଆଯାଇଥିବା କହିଛନ୍ତି। ୨୩.୫% ବୃଦ୍ଧି ସହିତ ବର୍ତ୍ତମାନ ଦେଶରେ ୭.୬୯ କୋଟି (୪୦.୬%) ଗ୍ରାମାଞ୍ଚଳର ଟ୍ୟାପ୍ ଜଳ ଯୋଗାଣ କରାଯାଇଛି। ଗୋଆ, ତେଲେଙ୍ଗାନା, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ ପୁଡୁଚେରୀରେ ନିଶ୍ଚିତ ଟ୍ୟାପ୍ ଜଳ ଯୋଗାଣ ସହିତ ୧୦୦% ପରିବାର ହାସଲ କରିଛନ୍ତି।