ଦେଶ ବିଦେଶବାଣିଜ୍ୟ

ପୁଣି ବଢ଼ିଲା ତୈଳ ଦର

ଭୋପାଳରେ ୧୦୫ ପାର୍ କଲା ପେଟ୍ରୋଲ ମୂଲ୍ୟ, ଜାଣନ୍ତୁ ଆପଣଙ୍କ ସହରର ଦର

ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ଦେଶର ଚାରୋଟି ପ୍ରମୁଖ ମେଟ୍ରୋରେ ପେଟ୍ରୋଲ ଲିଟର ପିଛା ୨୩-୨୭ ପଇସା ଏବଂ ଡିଜେଲ ଲିଟର ପିଛା ୨୭-୩୦ ପଇସା ମହଙ୍ଗା ହୋଇଛି । ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୨୭ ପଇସା ଏବଂ ଡିଜେଲ ପିଛା ୨୮ ପଇସା ବୃଦ୍ଧି ପାଇଛି । ବର୍ତ୍ତମାନ ଏଠାରେ ମୂଲ୍ୟ ଯଥାକ୍ରମେ ଲିଟର ପିଛା ୯୬.୯୩ ଟଙ୍କା ଏବଂ ଲିଟର ପିଛା ୮୭.୬୯ ଟଙ୍କା ରହିଛି ।ଏଥି ସହିତ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୦୩.୦୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୫.୧୪ଟଙ୍କା ରହିଛି । ଆଜି କୋଲକାତାରେ ପେଟ୍ରୋଲ ୯୬.୮୪ ଟଙ୍କାରେ ଏବଂ ଡିଜେଲରେ ଲିଟର ପିଛା ୯୦.୫୪ ଟଙ୍କାରେ ବିକ୍ରି ହେଉଛି ।

ଚେନ୍ନାଇରେ ପେଟ୍ରୋଲ ୯୮.୧୪ଟଙ୍କା ଏବଂ ଡିଜେଲରେ ଲିଟର ପିଛା ୯୨.୩୧ଟଙ୍କା ରହିଛି ।
ଅନ୍ୟାନ୍ୟ ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ
୧-ଭୋପାଳରେ ପେଟ୍ରୋଲ ୧୦୫.୧୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୬.୩୫ ଟଙ୍କା
୨-ହାଇଦ୍ରାବାଦରେ ପେଟ୍ରୋଲ ୧୦୦.୭୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୫.୫୯ ଟଙ୍କା
୩-ବେଙ୍ଗାଲୁରୁରେ ପେଟ୍ରୋଲ ୧୦୦.୧୭ ଟଙ୍କା ଏବଂ ଲିଟର ପିଛା ଡିଜେଲ ୯୨.୯୭ ଟଙ୍କା
୪-ଜୟପୁରରେ ପେଟ୍ରୋଲ ୧୦୩.୫୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୬.୬୯ ଟଙ୍କା
୫-ପାଟନାରେ ପେଟ୍ରୋଲ ୯୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୩.୦୧ ଟଙ୍କା
୬-ଲକ୍ଷ୍ନୌରେ ପେଟ୍ରୋଲ ୯୪.୧୪ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୮.୧୦ ଟଙ୍କା
୭-ଗୁରୁଗ୍ରାମରେ ପେଟ୍ରୋଲ ୯୪.୬୯ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୮.୨୯ ଟଙ୍କା
୮-ଚଣ୍ଡୀଗଡ଼ରେ ପେଟ୍ରୋଲ ୯୩.୨୨ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୭.୩୪ ଟଙ୍କା
୯-ନୋଏଡାରେ ପେଟ୍ରୋଲ ୯୪.୨୫ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୮.୧୮ ଟଙ୍କା

Show More

Related Articles

Back to top button