
ଶନିବାର ଦେଶର କିଛି ସହରରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ରହିଥିଲା, ମାତ୍ର ରବିବାର ଛଅ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲ ଦର ଶତକ ଛୁଇଁଛି। ଦେଶର ଇତିହାସରେ ପେଟ୍ରୋଲ ଦର କେବେ ମଧ୍ୟ ଏତିକି ମହଙ୍ଗା ହୋଇନଥିଲା।
ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା ଏବଂ ପେଟ୍ରୋଲ ଲିଟର ପ୍ରତି ୮୬ ଟଙ୍କା ରହିଛି। କିନ୍ତୁ ଅନ୍ୟ ରାଜ୍ୟ ଅପେକ୍ଷା ଦିଲ୍ଲୀରେ ତେଲ ଦର କମ ରହିଛି। କେବଳ ଏତିକି ନୁହେଁ ରବିବାର ମଧ୍ୟ ତେଲ ଦର ବଢିଛି। ତୈଳ ବିପଣନକାରୀ କମ୍ପାନୀ ପକ୍ଷରୁ ଜାରି ଅଧିସୂନଚାରେ ଆଜି ପେଟ୍ରୋଲ ଲିଟର ପ୍ରତି ୨୧ ପଇସା ଏବରଂ ଡିଜେଲ୍ ଲିଟର ପ୍ରତି ୨୦ ପଇସା ମହଙ୍ଗା ହୋଇଛି।
ଏହି ଛଅ ରାଜ୍ୟରେ ତେଲ ଦର ୧୦୦ ପାର-
ଏଥିରେ ଦେଶରେ ତୈଳ ଦର ନିଜର ସର୍ବୋଚ୍ଚ ସ୍ତରରେ ରହିଛି। ବର୍ତ୍ତମାନ ଛଅ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରାଜସ୍ଥାନ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଓ ଲଦାଖରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ କରିଛି।
ବିଶ୍ଵ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପ୍ରତି ୭୨ ଡଲାରରେ ପହଞ୍ଚିଛି। ଏହା ଗତ ଦୁଇ ବର୍ଷରେ ସର୍ବୋଚ୍ଚ ସ୍ତରରେ ରହିଛି। ଦେଶର ରାଜସ୍ଥାନରେ ମଧ୍ୟ ସର୍ବାଧିକ ଭାଟ୍ ଲାଗିଥାଏ। ଏହା ପରେ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର , ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ରହିଛି।
ମୁମ୍ବାଇରେ ଦାମ ୧୦୧.୩ ଟଙ୍କା-
ମୁମ୍ବାଇ ଦେଶର ପ୍ରଥମ ମହାନଗର ଯେଉଁଠି ମେ ୨୯ରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଛୁଇଁଥିଲା। ମୁମ୍ବାଇରେ ବର୍ତ୍ତମାନ ପେଟ୍ରୋଲ ୧୦୧.୩ ଏବଂ ଡିଜେଲ୍ ୯୩.୩୫ ଟଙ୍କା ପ୍ରତି ଲିଟର ରହିଛି।
ଗୋଟିଏ ମାସରେ ବଢିଲାଣି ୨୦ ଥର-
ଚଳିତ ବର୍ଷ ମେ ୪ ପରେ ଦେଶରେ ପେଟ୍ରୋଲ, ଡିଜେଲ୍ ଦାମରେ ୨୦ ଥର ବୃଦ୍ଧି ଘଟିଲାଣି। ଏହି ସମୟରେ ପେଟ୍ରୋଲ ୪.୬୯ ଟଙ୍କା ଏବଂ ଡିଜେଲ୍ ୫.୨୮ ଟଙ୍କା ଲିଟର ପିଛା ବଢିଛି।