Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ବଢୁଛି ମୃତ୍ୟୁ ସଖ୍ୟା, ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣଙ୍କ ଜୀବନ ନେଲା ମହାମାରୀ
ରାଜ୍ୟରେ ଦିନକୁ ଦିନ ଭୟଙ୍କ ରୂପ ଧାରଣା କରିବାରେ ଲାଗିଛି ମହାମାରୀ କରୋନା ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି । କିନ୍ତୁ ବଢ଼ିଛି ମୃତ୍ୟୁସଂଖ୍ୟା । ଆଜି ରାଜ୍ୟରୁ କରୋନା ନେଇଛି ୧୪ ଜୀବନ ।

ରାଜ୍ୟରେ ଦିନକୁ ଦିନ ଭୟଙ୍କ ରୂପ ଧାରଣା କରିବାରେ ଲାଗିଛି ମହାମାରୀ କରୋନା ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି । କିନ୍ତୁ ବଢ଼ିଛି ମୃତ୍ୟୁସଂଖ୍ୟା । ଆଜି ରାଜ୍ୟରୁ କରୋନା ନେଇଛି ୧୪ ଜୀବନ । ରାୟଗଡ଼ା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । କେନ୍ଦୁଝରରୁ ୨ ଜଣ ସଂକ୍ରମିତଙ୍କ ଜୀବନ ନେଇଛି ପ୍ରଣାଘାତୀ କରୋନା ।
ସେହିପରି ଭଦ୍ରକ, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ହଜାର ୬୮କୁ ବୃଦ୍ଧି ପାଇଛି ।