ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

୯ କୁଳପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ, ଏହାକୁ ନେଇ ବର୍ଷିଲେ କେରଳ ମୁଖ୍ୟମନ୍ତ୍ରୀ

ଥିରୁବନ୍ତପୁରମ୍‌: ୯ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍। ରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିୟମକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଆଦେଶକୁ ଦୃଷ୍ଟିରେ ରଖି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ରାଜ୍ୟର ୯ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ସୋମବାର ସକାଳ ସୁଦ୍ଧା ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶକୁ ନେଇ ଏବେ କେରଳ ମୁଖ୍ୟମନ୍ତ୍ରୀ ପିନ୍ନରାଇ ବିଜୟନ୍ ତାଙ୍କୁ ଟାର୍ଗେଟ୍ କରିବା ସହ ତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ରାଜ୍ୟପାଳ ଆର୍‌ଏସ୍‌ଏସ୍‌ର ଇସାରାରେ କାମ କରୁଥିବା ନେଇ ସେ ଏହି ଅଭିଯୋଗ କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟପାଳ ନିଜ ଶକ୍ତିର ଦୂରୁପଯୋଗ କରୁଛନ୍ତି। ଏହା ଅଗଣତାନ୍ତ୍ରିକ ଏବଂ କୁଳପତିଙ୍କ ଶକ୍ତି ଉପରେ ଏହା ଏକ ଏନକାଉଣ୍ଟର। ରାଜ୍ୟପାଳ ପଦ ସରକାର ବିରୋଧୀ ନୁହେଁ, ବରଂ ସମ୍ବିଧାନର ସମ୍ମାନ ରକ୍ଷା କରିବା। ସେ ଆରଏସଏସର ଇସାରାରେ କାମ କରୁଛନ୍ତି। ସେପଟେ କେରଳ ଶିକ୍ଷାମନ୍ତ୍ରୀ ମଧ୍ୟ ରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଆମର ବିଶ୍ୱବିଦ୍ୟାଳୟଗୁଡିକ ଅସାଧାରଣ ସଫଳତା ହାସଲ କରୁଛନ୍ତି, କିନ୍ତୁ ରାଜ୍ୟପାଳଙ୍କ ଏହି ପଦକ୍ଷେପ ଯୋଗୁଁ ତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି । ସୂଚନାଯୋଗ୍ୟ ଯେ, ରାଜ୍ୟପାଳଙ୍କ ତରଫରୁ କେରଳ ରାଜଭବନ ପକ୍ଷରୁ ରବିବାର ଟ୍ୱିଟ୍ କରି ୯ କୁଳପତିଙ୍କ ଇସ୍ତଫା ମଗାଯାଇଥିଲା। ଯେଉଁ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ସେମାନଙ୍କ ମଧ୍ୟରେ କେରଳ ବିଶ୍ୱବିଦ୍ୟାଳୟ, ମହାତ୍ମାଗାନ୍ଧୀ ବିଶ୍ୱବିଦ୍ୟାଳୟ, କୋଚିନ ୟୁନିର୍ଭସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜି, କନ୍ନୁର ବିଶ୍ୱବିଦ୍ୟାଳୟ, ଏପିଜେ ଅବଦୁଲ କଲାମ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରମୁଖ ସାମିଲ ଅଛି।

Show More

Related Articles

Back to top button