Breaking PLUSଓଡ଼ିଶାଦେଶ ବିଦେଶ

୨୦୨୭ରେ ଭାରତକୁ ଏହାର ସର୍ବୋଚ୍ଚ ନ୍ୟାୟଳୟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ମିଲି ପାରେ !

ଭାରତ ସରକାର ସୁପ୍ରିମ କୋର୍ଟ କଲେଜିୟମ ପଠାଇଥିବା ୯ ଜଣ ବିଚାରପତିଙ୍କ ନାମକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇଛନ୍ତି । ୯ ଜଣଙ୍କ ମଧ୍ୟରେ ୩ଜଣ ମହିଳା ବିଚାରପତିଙ୍କ ନାମ ରହିଛି ।  ଯଦି ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମେଳେ ତାହାଲେ ୨୦୨୭ରେ ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଥମ ମହିଳା ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ନେଇ ପାରନ୍ତି ବି.ଭି ନାଗରଥନା ।

ଆସନ୍ତା ୩୧ ଅଗଷ୍ଟରେ ସୁପ୍ରିମ କୋର୍ଟରେ ନୂଆ ବିଚାରପତି ସପଥ ନେବାକୁ ତାରିଖ ଧାର୍ଯ ହୋଇଛି । ତେବେ ଭାରତ ସରକାର ସୁପ୍ରିମ କୋର୍ଟ କଲେଜିୟମ ପଠାଇଥିବା ୯ ଜଣ ବିଚାରପତିଙ୍କ ନାମକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇଛନ୍ତି । ୯ ଜଣଙ୍କ ମଧ୍ୟରେ ୩ଜଣ ମହିଳା ବିଚାରପତିଙ୍କ ନାମ ରହିଛି ।  ଯଦି ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମେଳେ ତାହାଲେ ୨୦୨୭ରେ ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଥମ ମହିଳା ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ନେଇ ପାରନ୍ତି ବି.ଭି ନାଗରଥନା । ସୁପ୍ରିମ କୋର୍ଟରେ ନିଯୁକ୍ତି ପାଇବା ପେରେ ପରିସ୍ଥିତି  ଜଷ୍ଟିସ ବି.ଭି ନାଗରଥନାଙ୍କ ଅନୁକୁଳ ରହେ, ତେବେ ଭାରତକୁ ସର୍ବୋଚ୍ଚ ନ୍ୟାୟଳୟ ପାଇଁ ଏହାର ପ୍ରଥମ ମହିଳା ବିଚାରପ୍ରତି ମିଳିବେ ।

ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯାଇଥିବା ନାମ ମଧ୍ୟରେ ସୁପ୍ରିମ କୋର୍ଟର ବାରର ବିରିଷ୍ଠ ଓକିଲ ପି.ଏସ. ନରସିଂହଙ୍କ ନାମ ମଧ୍ୟ ରହିଛି । ସୂଚନା ଅନୁସାରେ,ଶ୍ରୀ ନରସିଂହ ମଧ୍ୟ ମୁଖ୍ୟ ବିଚର ପତି ଦୌଡରେ ସାମିଲ ହୋଇପାରନ୍ତି । ସୁପ୍ରିମ କୋର୍ଟ ବାରରୁ ଏଯାବତ ୧ଜଣ ବରିଷ୍ଠ ଓକିଲ ଉଚ୍ଚତମ ନ୍ୟାୟାଳୟରେ CJI ଭାବରେ ନୁଯୁକ୍ତି ପାଇଛନ୍ତି । ଯଷ୍ଟିସ ଏସ.ଏମ. ସିକ୍ରି ବାରରୁ ପ୍ରଥମ ଓକିଲ ଭାବରେ ୧୯୬୪ ମସିହାରେ ସୁପ୍ରିମ କୋର୍ଟରେ ନିଯୁକ୍ତି ପାଇବା ପରେ ୧୯୭୧ରେ ସେ ମୁଖ୍ୟ ବିଚାରପତି ଭାବରେ ସପଥ ଗ୍ରହଣ କରିଥଲେ । ସୁପ୍ରିକୋର୍ଟ ବାରୁ ମୋଟ ୬ଜଣ ବରିଷ୍ଠ ଓକିଲ ସୁପ୍ରିମ କୋର୍ଟରେ ବିଚାରପତି ଭାବରେ ନିଯୁକ୍ତି ପାଇଥିବାବେଳେ ୨୦୨୨ରେ ଜଷ୍ଟିସ ୟୁୟୁ ଲଲିତ୍  ମୁଖ୍ୟ ବିଚାରପତି ଭାବରେ ସପଥ ନେଇପାରନ୍ତି ।

 

Show More

Related Articles

Back to top button