Breaking PLUSଓଡ଼ିଶାମୁଖ୍ୟ ଖବର

ଏସସିବି ମେଡିକାଲରେ ଲାଗିବ ୯ଟି ଇକମୋ ମେସିନ

କଟକସ୍ଥିତ ଏସସିବି ବଡ ମେଡିକାଲକୁ ୩ ଦଫାରେ ୯ଟି ଇକମୋ ମେସିନ୍‌ ଆସିବ ବୋଲି ସୂଚନା ମିଳିଛି । ସେହିପରି ଅଗଷ୍ଟ ୧୫ ତାରିଖରୁ କଟକର ଏସସିବିରେ ଇକ୍‌ମୋ ଚିକିତ୍ସା ଆରମ୍ଭ ହେବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ ।

କଟକସ୍ଥିତ ଏସସିବି ବଡ ମେଡିକାଲକୁ ୩ ଦଫାରେ ୯ଟି ଇକମୋ ମେସିନ୍‌ ଆସିବ ବୋଲି ସୂଚନା ମିଳିଛି । ସେହିପରି ଅଗଷ୍ଟ ୧୫ ତାରିଖରୁ କଟକର ଏସସିବିରେ ଇକ୍‌ମୋ ଚିକିତ୍ସା ଆରମ୍ଭ ହେବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ ।

ଅଗଷ୍ଟ ୧୦ ସୁଦ୍ଧା ସମସ୍ତ ମେସିନ୍‌ ଇନଷ୍ଟଲ ହୋଇ ୧୫ ତାରିଖରୁ ଚିକିତ୍ସା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି । ପୂର୍ବରୁ ୬ଟି ମେସିନ୍‌ ଆସିବ ବୋଲି ସ୍ଥିର କରାଯାଇଥିଲା । ମାତ୍ର ଏବେ ୯ଟି ମେସିନ୍‌ ଆସିବ ବୋଲି ପୁନଶ୍ଚ କୁହାଯାଇଛି ।

ମେସିନ୍‌ ସଂଖ୍ୟା ବଢୁଥିବାରୁ କର୍ମଚାରୀ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ହୋଇଛି । ମେସିନ ଲାଗି ୭ ଜଣ ପର୍ଫ୍ୟୁଜୋନିଷ୍ଟ ବଦଳରେ ୧୪ଜଣ ଓ ୪ ଜଣ ଇସିଜି ଟେକନିସିଆନ୍‌ଙ୍କ ବଦଳରେ ୮ ଜଣ ଟେକନିସିଆନ୍‌ ଆବଶ୍ୟକତା ପଡ଼ିବ । ତେଣୁ ଏହି ପଦବୀଗୁଡ଼ିକୁ ତୁରନ୍ତ ପୂରଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

Show More

Related Articles

Back to top button