Breaking PLUSଦେଶ ବିଦେଶମୁଖ୍ୟ ଖବର

କରୋନାରେ ସଂକ୍ରମିତ ହୋଇସାରିଲେଣି ମୁମ୍ବାଇର ୮୦% ଲୋକ

ମୁମ୍ବାଇ ଜନସଂଖ୍ୟାର ୮୦% କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ସାରିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ଟାଟା ଇନଷ୍ଟିଚୁ୍ୟଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ (ଟିଆଇଏଫଆର) କରିଥିବା ଏକ ଅଧ୍ୟୟନରେ ଏହା ଅନୁମାନ କରାଯାଇଛି । ଏଣୁ ଦ୍ୱିତୀୟ ଲହର ଭଳି ତୃତୀୟ ଲହର ପ୍ରଭାବ ଏତେ ମାତ୍ରାରେ ରହିବନି ବୋଲି ଅନୁମାନ କରାଯାଉଛି

ମୁମ୍ବାଇ ଜନସଂଖ୍ୟାର ୮୦% କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ସାରିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ଟାଟା ଇନଷ୍ଟିଚୁ୍ୟଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ (ଟିଆଇଏଫଆର) କରିଥିବା ଏକ ଅଧ୍ୟୟନରେ ଏହା ଅନୁମାନ କରାଯାଇଛି । ଏଣୁ ଦ୍ୱିତୀୟ ଲହର ଭଳି ତୃତୀୟ ଲହର ପ୍ରଭାବ ଏତେ ମାତ୍ରାରେ ରହିବନି ବୋଲି ଅନୁମାନ କରାଯାଉଛି । ତେବେ ଅନେକ କ୍ଷେତ୍ରରେ ପୁନଃ ସଂକ୍ରମଣ ମାମଲା ଦେଖାଯାଉଥିବାରୁ ତୃତୀୟ ଲହର ଆଶଙ୍କାକୁ ସମ୍ପୂର୍ଣ୍ଣ ରୂପେ ଏଡା ଯାଇପାରିବନି । ମୁମ୍ବାଇର ଯେଉଁ ୨୦% ଲୋକ କରୋନା ଭାଇରସ ସଂସ୍ପର୍ଶରେ ଆସିନାହାନ୍ତି ସେମାନଙ୍କୁ ଯଥାଶୀଘ୍ର ଟିକା ଲଗାଇଲେ ତୃତୀୟ ଲହରୀ ଭୟାବହତା କମାଯାଇପାରି ବୋଲି ଟିଆଇଏଫଆରର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । କରୋନା ଭାଇରସ ବାରମ୍ବାର ରୂପ ପରିବର୍ତ୍ତନ କରୁଥିବାରୁ ଏହା ଉପରେ ଟିକାର ପ୍ରଭାବ ମଧ୍ୟ ତୃତୀୟ ଲହରର କାରଣ ସାଜିପାରେ । ଏସବୁ ସତ୍ତ୍ୱେ ତୃତୀୟ ଲହରର ଶୀର୍ଷ ସଂକ୍ରମଣ ନିଶ୍ଚିତ ରୂପେ ଦ୍ୱିତୀୟ ଲହରଠାରୁ କମ ରହିବ ବୋଲି ଦାବି କରାଯାଇଛି ।

Show More

Related Articles

Back to top button