Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

8 ମିନିଟରେ 28000 ଫୁଟକୁ ଖସିଲା ବିମାନ

ରୋମ୍‌ ଅଭିମୁଖେ ଯାଉଥିବା ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’ର ଗୋଟାଏ ବିମାନ ଭିତରୁ ବାୟୁ ବାହାରି ଯିବାରୁ (ଡିପ୍ରେସରାଇଜ୍‌ଡ୍‌) ତୁରନ୍ତ ବନ୍ଦରକୁ ଫେରିଆସି ଅବତରଣ କରିଥିବା କଥା ଏକ ଘରୋଇ ରିପୋର୍ଟରୁ ସୂଚନା ମିଳିଛି। ବୁଧବାର ରାତିରେ ଉଡ଼ାଣ ଆରମ୍ଭ କରିବାର ପ୍ରାୟ ଏକ ଘଣ୍ଟା ପରେ ‘ଡିପ୍ରେସରାଇଜ୍‌ଡ୍‌’ ହେବା କଥା ଜଣାପଡ଼ିଲା। ତେଣୁ, ବିମାନଟି ନ୍ୟୁଜର୍ସିର ନେୱାର୍କକୁ ଫେରିଆସି ନିରାପଦରେ ଅବତରଣ କରିଥିଲା। ‘ୟୁ‌ନାଇଟେଡ୍‌ ଏୟାର୍‌ଲାଇନ୍ସ୍‌’ ର କହିବା ଅନୁଯାଇ, ଯାତ୍ରୀମାନଙ୍କର ‘ଅକ୍ସିଜେନ୍‌ ମାସ୍କ’ ଖସି ନ ଥିବାରୁ ବାୟୁ ନିଷ୍କାସନ ହୋଇ ନ ଥିଲା। କିନ୍ତୁ, ପାଇଲଟ୍‌ ଏ ବିଷୟରେ ସୁନିଶ୍ଚିତ ହୋଇ ନ ପାରିବାରୁ ବିମାନ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବିମାନରେ ପାଖାପାଖି ୨୭୦ଜଣ ଯାତ୍ରୀ ଓ ୧୪ଜଣ କ୍ରୁ’ ମେମ୍ବର୍‌ ଥିଲେ। ତେବେ ଏଭଳି ଘଟଣା ଘଟିବାରୁ ଆଉ ଏକ ବିମାନରେ ସେ ଯାତ୍ରୀମାନଙ୍କୁ ରାତି ୩.୩୦ରେ ନେୱାର୍କରୁ ନେଇ ସନ୍ଧ୍ୟା ୫ଟାରେ ରୋମ୍‌ରେ ପହଞ୍ଚାଇ ଦିଆଯାଇଥିଲା। ‘ଡାଟା ଟ୍ରାକିଙ୍ଗ୍‌ ସର୍ଭିସ୍‌’ ‘ଫ୍ଲାଇଟ୍‌ଅୱେର୍‌’ ଦର୍ଶାଇଛି ଯେ, ଉକ୍ତ ବୋଇଙ୍ଗ୍‌ ୭୭୭ ବିମାନ ମାତ୍ର ୮ ମିନିଟ୍‌ରେ ୩୭୦୦୦ ଫୁଟ୍‌ ଉଚ୍ଚରୁ ୯୦୦୦ ଫୁଟ୍‌ ତଳକୁ ଖସି ଆସିଥିଲା। ‘କ୍ୟାବିନ୍‌ ପ୍ରେସର୍‌’ କମିଗଲେ ଅକ୍ସିଜେନ୍‌ ମାସ୍କ୍‌ ବିନା ଯାତ୍ରୀମାନଙ୍କ ଶ୍ବାସପ୍ରଶ୍ବାସ କ୍ରିୟା ନିମନ୍ତେ ସୁବିଧା ହେବା ଭଳି ତଳକୁ ବିମାନ ଖସାଇ ଆଣିବାକୁ ପାଇଲଟ୍‌ମାନେ ତାଲିମ ପାଇ ଥାଆନ୍ତି।

Show More

Related Articles

Back to top button