ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜରେ ପଢୁଛନ୍ତି 77,722 ଛାତ୍ରୀ

ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜ ଗୁଡିକରେ 77,722 ଛାତ୍ରୀ ପଢୁଛନ୍ତି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ବ୍ୟତୀତ ବାକି 15 ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜରେ 20540 ଛାତ୍ରୀଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ଅଛି । ଉତ୍କଳ ବିଶ୍ଵବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ଛାତ୍ରୀ ହଷ୍ଟେଲ ପାଇଁ 9 କୋଟି 60 ଲକ୍ଷ 8 ହଜାର 400 ଟଙ୍କା, ଉତ୍କଳ ବିଶ୍ଵବିଦ୍ୟାଳୟ ଲେଡ଼ିଜ ହଷ୍ଟେଲ ନବୀକରଣ ପାଇଁ 5 କୋଟି 6 ଲକ୍ଷ 94 ହଜାର, ରାମ ଦେବୀ ବିଶ୍ଵବିଦ୍ୟାଳୟ ଅନନ୍ୟା ହଷ୍ଟେଲ ପାଇଁ ଏକ କୋଟି 46 ଲକ୍ଷ 3 ହଜାର 500, ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ଅନୁସୂଚିତ ଜାତି ଓ ଜନଜାତି ଲେଡ଼ିଜ ହଷ୍ଟେଲର 300 ଶଯ୍ୟା ପାଇଁ 8 କୋଟି 36 ଲକ୍ଷ 64 ହଜାର 400, ଧରଣୀଧର ବିଶ୍ୱବିଦ୍ୟାଳୟର 300 ଶଯ୍ୟା ପାଇଁ 11 କୋଟି, ଖଲିକୋଟ ୟୁନିଟାରୀ ପିଜି ହଷ୍ଟେଲର ମରାମତି ପାଇଁ 31 ଲକ୍ଷ 83 ହଜାର 500 ଟଙ୍କାର ବ୍ୟବସ୍ଥା କରାଯାଇଛି ।